ମୁଣ୍ଡରେ ନକଲି କେଶ ଲଗାଇ ସୁନା ଚୋରି କରୁଥିଲେ ଏହି ଯୁବକ, ହେଲେ କାମରେ ଆସିଲାନି ଏହି ଉପାୟ

କୋଚି: ଚୋରି କରିବାର ଅଦ୍ଭୁତ କୌଶଳ ଆପଣାଇଛନ୍ତି କେରଳର ଏହି ଯୁବକ। ଏହି ଜଣେ ଯୁବକ ମୁଣ୍ଡରେ ନକଲି କେଶରେ ସୁନା ଲୁଚାଇ ନେଉଥିବା ସମୟରେ କଷ୍ଟମ୍‌ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। କୋଚି ବିମାନ ବନ୍ଦରରେ ଓହ୍ଲାଇଥିବା ନୌଶାଦ୍ ନାମକ ଏହି ଯୁବକ ମଲପ୍ପୁରମ୍‌ ବାସିନ୍ଦା।

ସେ ସାଉଦରୁ ଚୋରା ସୁନା କାରବାର କରୁଥିବା କୁହାଯାଉଛି। ତାଙ୍କ ମୁଣ୍ଡ କେଶ ଷ୍ଟାଇଲ୍‌ ଦେଖି କଷ୍ଟମ୍‌ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ପରେ ତାଙ୍କୁ ପଚରା ଉଚରା କରି ମୁଣ୍ଡ କେଶ ଯାଞ୍ଚ୍‌ କରାଯାଇଥିଲା। ଯାଞ୍ଚ୍‌ ସମୟରେ ଏକ କିଲୋରୁ ଉର୍ଦ୍ଧ୍ୱ ସୁନା ମିଳିଥିବା କଷ୍ଟମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୌଶାଦ୍‌ଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.