ବଜାରରୁ ଆଣିବା ପରିବର୍ତ୍ତେ ପାର୍ବଣରେ ଘରେ ପ୍ରସ୍ତୁତ କରନ୍ତୁ ଖୁଆ, ବନାଇବାବହୁତ ସହଜ

ପାର୍ବଣର ଋତୁ ଚାଲିଛି, ଘରେ ମିଠା ପିଠାର ଆସର ଜମିଛି। ଏହି ସମୟରେ ଖୁଆର ଚାହିଦା ବହୁତ ଅଧିକ। ଆପଣଙ୍କୁ ଖୁଆ ସହଜରେ ମିଳିଯାଇଥାଏ କିନ୍ତୁ ଏହା ଶୁଦ୍ଧ ହୋଇନଥାଏ। ଏମିତିରେ ଆପଣଙ୍କ ପାଇଁ ବହୁତ ଭଲ ହେବ ଯଦି ଆପଣ ବାହାରୁ କିଣିବା ବଦଳରେ ଘରେ ଖୁଆ ପ୍ରସ୍ତୁତ କରିବେ । ତେବେ ଆସନ୍ତୁ ଜାଣିବା କେମିତି ଘରେ ପ୍ରସ୍ତୁତ କରିବେ ଖୁଆ।

ଆବଶ୍ୟକୀୟ ସାମଗ୍ରୀ

-୧ ଲିଟର କ୍ଷୀର

-ସ୍ୱାଦାନୁସାରେ ଚିନି

-କାଜୁ

-ବାଦାମ

ପ୍ରସ୍ତୁତି ପ୍ରଣାଳୀ

ଖୁଆକୁ ଆପଣ ବହୁତ ସହଜରେ ପ୍ରସ୍ତୁତ କରିପାରିବେ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଅଧିକ କିଛି ପରିଶ୍ରମ କରିବାକୁ ପଡିବ ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାକୁ ପ୍ରସ୍ତୁତ କରିବା ପାଇଁ ୧ ଲିଟର କ୍ଷୀରରେ ୨୦୦ ଗ୍ରାମ ଖୁଆ ପ୍ରସ୍ତୁତ ହୋଇଥାଏ। ଖୁଆ ପ୍ରସ୍ତୁତ କରିବା ପାଇଁ ଆପଣ କ୍ଷୀରରେ କାଜୁ ଏବଂ ବାଦାମକୁ ଧୀମା ଆଞ୍ଚରେ ଫୁଟାନ୍ତୁ। କ୍ଷୀରକୁ ସେତେ ପଯ୍ୟର୍ନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ତାହା ଗାଢ଼ା ହୋଇନାହିଁ। କିନ୍ତୁ ଏହାକୁ ଧ୍ୟାନ ରଖିବାକୁ ହେବ ଯେ କ୍ଷୀର ଯେମିତି ପୋଡିବ ନାହିଁ। ଏଥିପାଇଁ ଆପଣଙ୍କୁ ମଝିରେ ମଝିରେ ଚଲାଇବାକୁ ହେବ। ପ୍ରାୟ ଅଧଘଣ୍ଟାରେ ଆପଣଘଙ୍କ ଖୁଆ ପ୍ରସ୍ତୁତ ହୋଇଯିବ। ଏହାପରେ ଆପଣ ଏହାକୁ ମିଠା ପ୍ରସ୍ତୁତ କରିବାରେ ବ୍ୟବହାର କରିପାରିବେ।

Leave A Reply

Your email address will not be published.