ଖୁସିଖବର : ବାପା ହେଲେ ଅଜିଙ୍କ୍ୟ ରାହାଣେ, ଜାଣନ୍ତୁ ଝିଅ ହେଲା ନା ପୁଅ ?

ଭାରତୀୟ ଟେଷ୍ଟ ମ୍ୟାଚର ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ପତ୍ନୀ ରାଧିକା ଆଜି କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହାଣେ ଏବେ ବିଶାଖାପାଟଣମରେ ଦକ୍ଷିଣ ଆଫ୍ରିକା ସହିତ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଟିମରେ ଅଂଶଗ୍ରହଣ କରିଛନ୍ତି। ଏହି ଶୁଭ ଅବସରରେ ଟିମ ଇଣ୍ଡିଆର ଷ୍ଟାର ସ୍ପିନର ହରଭଜନ ସିଂହ ରାହାଣେଙ୍କୁ ଶୁଭେଚ୍ଛା ଦେଇଛନ୍ତି।

radhikaଅଜିଙ୍କ୍ୟ ରାହାଣେ ୨୦୧୪ରେ ନିଜ ବାନ୍ଧବୀ ରାଧିକାଙ୍କୁ ବିବାହ କରିଥିଲେ। ଦୁହେଁ ସ୍କୁଲରେ ପ୍ରଥମ ଥର ପାଇଁ ଭେଟିଥିଲେ ଏବଂ ବିବାହ କରିବା ପୂର୍ବରୁ ସେ ବହୁତ ସମୟ ଯାଏଁ ଡେଟ କରୁଥିଲେ। ଚଳିତ ବର୍ଷ ଜୁଲାଇରେ ଦୁହେଁ ଗର୍ଭାବସ୍ଥାର ଖବରର ଖୁଲାସା କରିଥିଲେ। ରାଧିକା କିଛି ମାସ ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ନିଜର ବେବି ବମ୍ପର ଫଟୋ ସେୟାର କରିଥିଲେ।

Leave A Reply

Your email address will not be published.