ଫରହାନଙ୍କ ସହିତ ସ୍କ୍ରିନ ସେୟାର କରିବେ ମୃଣାଳ, ମିଳିଲା ଏହି ଅଫର

ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ପାଇଁ ଖୁବ୍ ଖୁସି ଖବର। ‘ସୁପର୍ ୩୦’ ଓ ‘ବାଟ୍ଲା ହାଉସ୍’ ପରି ଦୁଇଟି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପରେ ତାଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ମିଳିଛି।
ଏହି ଦୁଇ ଫିଲ୍ମରେ ସୁପରଷ୍ଟାର ହ୍ରିତିକ ରୋଶନ ଓ ଜନ୍ ଆବ୍ରାହମଙ୍କ ସହିତ ଅଭିନୟ କରିବା ପରେ ମୃଣାଳ ଏବେ ଫରହାନ ଅଖତରଙ୍କ ସହିତ ସ୍କ୍ରିନ୍ ସେୟାର୍ କରିବାକୁ ଯାଉଛନ୍ତି। ଫରହାନଙ୍କ ଫିଲ୍ମ ‘ତୁଫାନ୍’ରେ ତାଙ୍କୁ ଲିଡ୍ ରୋଲରେ ଅଭିନୟ କରିବା ପାଇଁ ଅଫର୍ ମିଳିଛି। ଏହି ଫିଲ୍ମରେ ଫରହାନ ଜଣେ ବକ୍ସର ଭୂମିକାରେ ନଜର ଆସିବେ। ଫିଲ୍ମର ଫାଷ୍ଟ୍ ଲୁକ୍ ବି ରିଲିଜ୍ ହୋଇସାରିଛି। ଏଥିରେ ଫରହାନଙ୍କ ବକ୍ସିଂ ରିଙ୍ଗରେ ଦେଖିବାକୁ ମିଳିଛି। ରାକେଶ ଓମ୍ ପ୍ରକାଶ ମେହରା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମରେ ମୃଣାଳଙ୍କ ସହିତ ପରେଶ ରାୱଲ୍, ଈଶା ତଲୱାର ଓ ସୁପ୍ରିୟା ପାଠକ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ।

toofan
ମୃଣାଳ ଟିଭି ଇଣ୍ଡଷ୍ଟ୍ରୀରୁ ବଲିଉଡରେ ପ୍ରବେଶ କରିଛନ୍ତି। ସିରିଏଲ୍ ‘କୁମ୍କୁମ୍ ଭାଗ୍ୟ’ରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା। ଫିଲ୍ମ ‘ଲଭ୍ ସୋନିଆ’ରୁ ସେ ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.