Below header

ଭୂମିଙ୍କୁ ମିଳିଲା ପ୍ରଥମ ଅନ୍ତର୍ଜାତୀୟ ପୁରସ୍କାର, ଆଓ୍ଵାର୍ଡ ସହ ସେୟାର କଲେ ଫଟୋ

ଜଣେ ମୋଟୀ ମହିଳାଙ୍କ ଚରିତ୍ରରେ କ୍ୟାରିୟର ଆରମ୍ଭ କରିଥିବା ଭୂମି ପେଡ଼ନେକରଙ୍କୁ ଆଜି ଚିହ୍ନିବା ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଟଏଲେଟ୍‌, ଶୁଭମଙ୍ଗଳ ସାବଧାନ ଆଦି ଫିଲ୍ମରେ ଜବରଦସ୍ତ ଆକ୍ଟିଂ ପରେ ଭୂମି ଖୁବ୍‌ କମ୍‌ ସମୟ ମଧ୍ୟରେ ଦର୍ଶକଙ୍କ ହୃଦୟରେ ଜାଗା ତିଆରି କରିସାରିଛନ୍ତି। ନିକଟରେ ତାଙ୍କୁ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଫିଲ୍ମ ଫେଷ୍ଟିଭାଲରେ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।

 

ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବୁସାନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଭୂମି ପେଡ଼ନେକରଙ୍କୁ ଫେସ୍‌ ଅଫ୍‌ ଏସିଆ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି। ପୁରସ୍କାର ଜିତିବା ପରେ ଭୂମି କହିଛନ୍ତି ଯେ, ମୋ କାମକୁ ବୁସାନର ଦର୍ଶକ ଓ ଆଲୋଚକ ପସନ୍ଦ କରିଥିବାରୁ ମୁଁ ଅତ୍ୟନ୍ତ ଖୁସି। ଏହା ମୋର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ବିଜୟ। ଆଗକୁ ମୁଁ ଆହୁରି ଯତ୍ନଶୀଳ ହୋଇ କାମ କରିବି ବୋଲି ସେ କହିଛନ୍ତି।

ଏହାସହ ପଢ଼ନ୍ତୁ: ‘‘ନିକ୍‌ ଶାଶୁଙ୍କ ପାଦ ଛୁଇଁଥାନ୍ତି ନା କିସ୍‌ କରନ୍ତି’’ କପିଲଙ୍କ ପ୍ରଶ୍ନର ଏଭଳି ମଜାଳିଆ ଜବାବ ଦେଲେ ପ୍ରିୟଙ୍କା

ବର୍ତ୍ତମାନ ଭୂମି ନିଜ ଆଗାମୀ ଫିଲ୍ମ ଷାଣ୍ଢ କି ଆଖଁକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ମହିଳା ସୁଟରଙ୍କ ଜୀବନୀ ଉପରେ ଆଧାରିତ। ଅକ୍ଟୋବର ୨୫ ତାରିଖରେ ଷାଣ୍ଢ କି ଆଖଁ ପ୍ରେକ୍ଷାଳୟକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.