୭୫ ବର୍ଷରେ ମା’ ହେଲେ ବୃଦ୍ଧା, ଛଅ ମାସର ଗର୍ଭବତୀଙ୍କୁ ଡାକ୍ତର କରାଇଲେ ପ୍ରସବ

ଆଜିର ଦୁନିଆରେ ଦମ୍ପତି ସନ୍ତାନଟିଏ ପାଇବା ପାଇଁ ବହୁତ କଠିନ ପରିଶ୍ରମକୁ ସାମ୍ନା କରୁଛନ୍ତି। ବିବାହ ପରେ ପିଲାଟିଏ ହୋଇଗଲେ ଜୀବନ ପୂର୍ଣ୍ଣ ବୋଲି କୁହାଯାଏ କିନ୍ତୁ ଆଜିର ଦୁନିଆରେ ମହିଳା ମାନେ ପିଲା ଜନ୍ମ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଅନେକ ଦମ୍ପତି ବିଭିନ୍ନ ପ୍ରକାର ଉପାୟ କରିବା ପରେ ମଧ୍ୟ ବିଫଳ ହେଉଛନ୍ତି।

ତେବେ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେଉଁମାନେ ସନ୍ତାନହୀନତାର ସମସ୍ୟା ଦେଇ ଗତି କରୁଛନ୍ତି, ସେମାନଙ୍କ ପାଇଁ ବରଦାନ ପାଲଟିଛି ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍) ପ୍ରଣାଳୀ । ଆଇଭିଏଫ୍ ମାଧ୍ୟମରେ ଅନେକ ମହିଳା ମା’ ହେବାର ସୌଭାଗ୍ୟ ଅର୍ଜନ କରୁଛନ୍ତି । ପୂର୍ବରୁ ଏହି ପ୍ରଣାଳୀଟି ଆସି ନ ଥିବାରୁ ଅନେକ ମହିଳାଙ୍କ ମା’ ହେବାର ସ୍ୱପ୍ନ ଅଧୁରା ରହି ଯାଉଥିଲା । ଏହି ପ୍ରଣାଳୀ ଆସିବା ପରେ ଅନେକ ବୃଦ୍ଧା ମହିଳାମାନେ ଏହା ଜରିଆରେ ମା’ ହେଉଛନ୍ତି।

ଏହାସହ ପଢନ୍ତୁ : ଚାର୍ଜର ସହିତ ଖେଳୁଥିଲା ଶିଶୁ, ଅଚାନକ ଲାଗିଲା ଝଟକା ! ତାପରେ ମା’ ଯେତେ ବୁକୁ ଫଟାଇ କାନ୍ଦିଲେ ବି ଶୁଣିଲା ନାହିଁ ପିଲା

ଏହି ଭଳି ଏକ ଘଟଣା ରାଜସ୍ଥାନରେ କୋଟା ଜିଲ୍ଳାରେ ଦେଖିବାକୁ ମିଳିଛି । ଆଇଭିଏଫ୍ ଜରିଆରେ ଜଣେ ୭୫ବର୍ଷୀୟା ବୃଦ୍ଧା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଗର୍ଭରେ ଶିଶୁଟିକୁ ସମସ୍ୟା ହେଉଥିବା ସହ ବୃଦ୍ଧାଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ଡାକ୍ତର ସାଢ଼େ ୬ମାସ ଗର୍ଭଧାରଣ କରିବା ପରେ ମହିଳାଙ୍କ ତୁରନ୍ତ ପ୍ରସବ କରାଇଥିଲେ । ଅସ୍ତ୍ରୋପଚାର କରାଯାଇ ଶିଶୁଟିକୁ ବାହାର କରାଯାଇଥିବା ବେଳେ ଏବେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.