ନେହା କକ୍କରଙ୍କୁ ମଞ୍ଚ ଉପରେ ଜୋର ଜବରଦସ୍ତ କିସ୍ କଲେ ଜଣେ ପ୍ରତିଯୋଗୀ, ଦେଖନ୍ତୁ ଭିଡିଓ

ସୋନି ଟିଭିରେ ପ୍ରସାରିତ ହେଉଥିବା ରିୟଲିଟୀ ଶୋ ଇଣ୍ଡିଆନ ଆଇଡଲ ବର୍ଷ ବର୍ଷ ଧରି ସଂଗୀତ ପ୍ରେମୀଙ୍କ ପାଇଁ ପ୍ରିୟ ଶୋ ହୋଇ ରହିଛି। ଏହାର ଲୋକପ୍ରିୟତାକୁ ଦେଖି ଶୋର ୧୧ ସିଜନକୁ ନିକଟରେ ଉପସ୍ଥାପନା କରାଯାଇଛି। ଇଣ୍ଡିଆନ ଆଇଡଲ ମଞ୍ଚରେ ଗାୟକମାନେ ଆସି ନିଜର ସୁମଧୂର ସ୍ୱର ବଳରେ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରେ ନାମ ବନାଇବାର ସ୍ୱପ୍ନ ପୂରା କରୁଛନ୍ତି।

କିନ୍ତୁ ଅନେକ ଥର ଏହି ମଞ୍ଚରେ କିଛି ଏମିତି ହୋଇଯାଏ ଯେ ଯାହାକୁ କେହିବ ଭାବିନଥିବେ। ଏମିତି କିଛି ଘଟଣା ନିକଟରେ ଏହି ମଞ୍ଚରେ ହୋଇଗଲା। ସିଜନ ୧୧ରେ ଆସିଥିବା ଜଣେ କଣ୍ଟେଷ୍ଟେଣ୍ଟ ଶୋ’ର ଜଜ୍ ନେହା କକ୍କରଙ୍କୁ ଜୋର ଜବରଦସ୍ତ କିସ୍ କରିନେଲେ।

nehaସୋନି ଟିଭି ଇଣ୍ଡିଆନ ଆଇଡଲର ଆଗାମୀ ଏପିସୋଡର ପ୍ରମୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ପ୍ରମୋ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ରାଜସ୍ଥାନୀ ଡ୍ରେସ ପିନ୍ଧିଥିବା ଜଣେ କଣ୍ଟେଷ୍ଟେଣ୍ଟ ବହୁତ ସାରା ଗିଫ୍ଟ ଧରି ମଞ୍ଚରେ ପହଁଚିଥିଲେ। ସେ ଗୋଟିଏ ପରେ ଗୋଟିଏ ଗିଫ୍ଟ ଦେଇ ନେହାଙ୍କୁ ଆଲିଙ୍ଗନ କରାଇ ନେହାଙ୍କ ଗାଲରେ କିସ୍ କରିଦଲେ। ଏହାପରେ ନେହା ଲାଜରେ ନିଜ ମୁହଁକୁ ଲୁଚାଇ ସେଠାରୁ ଚାଲିଯାଇଥିଲେ।

ଏହି ସମୟରେ ସେଠାରେ ଥିବା ଅନ୍ୟ ଦୁଇ ଜଣ ଜଜ୍ ବିଶାଲ ଦଦଲାଜୀ ଏବଂ ଅନୁ ମଲିକ ସମେତ ପ୍ରାୟ ସମସ୍ତେ ସ୍ପବ୍ଧ ହୋଇଗଲେ। ତେବେ ଦେଖନ୍ତୁ ଭିଡିଓ. . .

Leave A Reply

Your email address will not be published.