ଭୁବନେଶ୍ବର(କେନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପୁର ବିଜୟର ଶ୍ରେୟ। ଐତିହାସିକ ବିଜୟ ପରେ ବିଜେଡି ବିଧାୟିକା ନିଜ ସମର୍ଥକଙ୍କ ସହ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଧନ୍ୟବାଦ ଜଣାଇବା ସହ ବିଜେପୁର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି ରୀତା ସାହୁ। ବିଜେପୁରର ବିକାଶ ଉପରେ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଜେପୁରବାସୀଙ୍କ ଆସ୍ଥା ରହିଛି। ବିଜେପୁର ଉପନିର୍ବାଚନ ଜିତି ନୂଆ ରେକର୍ଡ କରିଛନ୍ତି ରୀତା ସାହୁ । ଓଡ଼ିଶା ବିଧାନସଭା ନିର୍ବାଚନ ଇତିହାସରେ ସର୍ବାଧିକ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି।