ବଢ଼ିଲା ଭାରତର UPI ତାକତ, ଏବେ ସାରା ଦୁନିଆକୁ କରିପାରିବେ ମନି ଟ୍ରାନ୍ସଫର

ଭାରତରେ ଲୋକମାନେ ଅନଲାଇନ ପେମେଂଟ ପାଇଁ ସବୁଠାରୁ ଅଧିକ UPIର ବ୍ୟବହାର କରିଥାନ୍ତି । କାରଣ UPIର ପ୍ଲାଟଫର୍ମରେ ପଇସା ଟ୍ରାନ୍ସଫର କରିବାକୁ ସବୁଠାରୁ ସୁରକ୍ଷିତ ବୋଲି କୁହାଯାଇଥାଏ । ଏବେ UPIର ୟୁଜର୍ସ ଅତିଶୀଘ୍ର ଦେଶ ବାହାରକୁ ମଧ୍ୟ ଅନଲାଇନ ପେମେଂଟ କରିପାରିବେ । ବିଦେଶକୁ ଯାତ୍ରା କରୁଥିବା ୟୁଜର୍ସ ମାନଙ୍କୁ UPI ଆଇଡି ମିଳିବ ଯାହାଦ୍ୱାରା ସେମାନେ ଅତି ସହଜରେ ପେମେଂଟ କରିପାରିବେ । କିନ୍ତୁ ଏଠାରେ ଆମେ କହି ରଖିବାକୁ ଚାଁହୁଛୁ ଯେ ଏହି ସୂଚନା କେବଳ ବ୍ୟାଙ୍କର ମାନଙ୍କ ଠାରୁ ମିଳିଛି ଏହାକୁ ନେଇ କୌଣସି ଆଧିକାରୀକ ସୂଚନା ଦିଆଯାଇ ନାହିଁ ।

ଏହି ଦେଶକୁ କରିପାରିବେ ପେମେଂଟ

कंपनी का कहना है कि इसका नाम 'तेज' इसलिए रखा गया क्योंकि यह काफी तेजी से काम करती है।

ସୂଚନା ଅନୁଯାୟୀ UPI ୟୁଜର୍ସ UAE ଓ ସିଙ୍ଗାପୁରରେ ଅନଲାଇନ ପେମେଂଟ କରିପାରିବେ । ପୂର୍ବରୁ ଏହି ଦେଶରେ ଲୋକ ମାନଙ୍କ ପାଇଁ RuPay କାର୍ଡ ଉପଲବ୍ଧ ଥିଲା । ଯଦିଓ NPCI ଏହି ସେବାକୁ ନେଇ କୌଣସି ପ୍ରକାର ଆଧିକାରୀକ ସୂଚନା ପ୍ରଦାନ କରିନାହାନ୍ତି ତେବେ ଭାରତରେ ପେମେଣ୍ଟ କାର୍ଡକୁ UPI ଠାରୁ ବଡ଼ ଟକ୍କର ମିଳିଛି । ଏହାସହିତ ଅଧିକାଂଶ ବ୍ୟବସାୟୀ UPI ଦ୍ୱାରା ହିଁ ପେମେଣ୍ଟ ନେଇଥାନ୍ତି । ଏକ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ମାସରେ UPI ଦ୍ୱାରା 95.5 କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିଲା ।

UPI କରିଥାଏ ଏପରି କାମ

ଏହାସହ ପଢନ୍ତୁ ୨୦୦ ସେକେଣ୍ଡରେ କଲା ୧୦,୦୦୦ ବର୍ଷର କାମ, କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗର ସଫଳତା ଉପରେ ଗୁଗଲର ଦାବି

UPI ଇଣ୍ଟରନେଟ ବ୍ୟାଙ୍କ ଫଣ୍ଡ ଟ୍ରାନ୍ସଫରର ମେକାନିଜିମ ଉପରେ ଆଧାରିତ । NPCI ଦ୍ୱାରା ଏହି ସିଷ୍ଟମକୁ କଣ୍ଟ୍ରୋଲ କରାଯାଇଥାଏ ଏବଂ ୟୁଜର୍ସମାନେ ଘରେ ବସି ମାତ୍ର କିଛି ସମୟ ମଧ୍ୟରେ UPI ଦ୍ୱାରା ପେମେଂଟ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.