ଦୁନିଆର ସବୁଠାରୁ ଜଣାଶୁଣା ମେଣ୍ଢାର ମୃତ୍ୟୁ, କରିଥିଲା ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡ, ମୃତ୍ୟୁ ପରେ ବାହାରିଲା ଏତିକି ଓଜନର ଉଲ୍‌!

ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ଦୁନିଆର ସବୁଠାରୁ ଜଣାଶୁଣା ମେଣ୍ଢା ‘କ୍ରିସ୍‌’ର ମୃତ୍ୟୁ ଘଟିଛି। ଏହି ଖବର ଏବେ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। କ୍ରିସ୍ ସବୁଠାରୁ ଅଧିକ ଉଲ୍ ଦେଇ ଓ୍ଵାର୍ଲ୍ଡ ରେକର୍ଡ ବନାଇଥିଲା।

mendha33

ଆଜି ପଯ୍ୟର୍ନ୍ତ କ୍ରିସ୍‌ର ରେକର୍ଡକୁ କୌଣସି ମେଣ୍ଢା ଭାଙ୍ଗିପାରି ନାହାନ୍ତି। ଅଷ୍ଟ୍ରେଲିଆର ଏହି ମେଣ୍ଢା ଶରୀରରୁ ୪୧ କିଲୋ ଓଜନର ଉଲ୍ ବାହାର କରାଯାଇଥିଲା। ଅତ୍ୟଧିକ ଓଜନ ହେବା କାରଣରୁ କ୍ରିସ୍‌ର ଜୀବନ ବିପଦ ମୁହଁକୁ ଚାଲିଯାଇଥିଲା। ଏହାପରେ ତା’ ଶରୀରରୁ ବାହାର କରାଯାଇଥିବା ଉଲ୍ ହିଁ ଓ୍ଵାର୍ଲ୍ଡ ରେକର୍ଡ ବନାଇଥିଲା। ଯେତେବେଳେ କ୍ରିସ୍‌ର ମୃତ୍ୟୁ ଘଟିଲା, ସେତେବେଳେ ଏହି ଖବର ଫେସ୍‌ବୁକରେ ଶେୟାର କରାଯାଇଥିଲା। ସୋସିଆଲ ମିଡିଆରେ ଖବର ଭାଇରାଲ ହେବା ପରେ ଲୋକେ ନିଜ ନିଜ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଥିଲେ।

mendha3

ଏହାସହ ପଢ଼ନ୍ତୁ: ରୋଗୀଙ୍କ ସହ ୪ ମାସ ଧରି ଶାରୀରିକ ସମ୍ପର୍କ ରଖିଥିଲେ ଏହି ମହିଳା ଡାକ୍ତର, ପୁଣି ଲଗାଇଲେ ଯୌନ ଶୋଷଣ ଅଭିଯୋଗ

କ୍ରିସ୍‌ର ଦେଖାଶୁଣା କରିଥିବା ସଂସ୍ଥା ସାଉଥ୍ ୱେଲ୍‌ସ ଏ ନେଇ ନିଜ ବୟାନରେ କହିଥିଲା, ଅଧିକ ବୟସ ହେବା କାରଣରୁ କ୍ରିସ୍‌ର ମୃତ୍ୟୁ ଘଟିଲା। ଏହା ଖୁବ୍ ସ୍ନେହୀ, ବୁଦ୍ଧିମାନ ଥିଲା। ତା’ର ମୃତ୍ୟୁ ଆମ ସମସ୍ତଙ୍କୁ ଗଭୀର ଆଘାତ ଦେଇଛି। କ୍ରିସ୍ ମରିନୋ ପ୍ରଜାତିର ମେଣ୍ଢା ଥିଲା। ଏମାନଙ୍କ ବୟସ ସୀମା ୧୦ ବର୍ଷ ହୋଇଥାଏ। କ୍ରିସ୍‌ର ବୟସ ମଧ୍ୟ ୧୦ ବର୍ଷ ପାଖାପାଖି ହୋଇଯାଇଥିଲା। ବଞ୍ଚିଥିବା ବେଳେ କ୍ରିସ୍‌କୁ କୋଳେଇ ନେବାକୁ ବହୁ ଲୋକେ ଚାହୁଁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.