Below header

ସାଲେପୁର ବେତେଇ ଗାଁରେ ଅଘଟଣ, ବିଦ୍ୟୁତ୍‌ ତାର ଲାଗି ୩ ଜଣଙ୍କ ମୃତ୍ୟୁ

ସାଲେପୁର(କେନ୍ୟୁଜ୍): ବେତେଇ ଗାଁରେ ଅଘଟଣ । ବିଦ୍ୟୁତ୍‌ ତାର ଲାଗି ୩ ଜଣଙ୍କ ମୃତ୍ୟୁ ହୋଇଛି । ଶାଶୁ ଓ ୨ ବୋହୂଙ୍କ ମୃତ୍ୟୁ ହୋଇଛି । ବଡ଼ବୋହୂ ନନ୍ଦିତା ଘର ସାମ୍ନା ଏକ ତାରରେ ଓଦାଲଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେ ଚିତ୍କାର କରିବାରୁ ପ୍ରଥମେ ବୃଦ୍ଧା ଶାଶୁ ଏବଂ ପରେ ସାନ ବୋହୂ ଆସି ତାଙ୍କୁ ବଞ୍ଚେଇବାକୁ ଉଦ୍ୟମ କରିବା ବେଳେ ସମସ୍ତେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ପରେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ସାଲେପୁର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଗୋଟିଏ ପରିବାରର ଏକାଥରେ ତିନି ଜଣଙ୍କ ମୃତ୍ୟୁକୁ ନେଇ ତୁରନ୍ତ ସହାୟତା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.