Below header

ଛୁଆ ସହ ରାସ୍ତା ପାରି ହେଉଥିବା ବେଳେ ମହିଳାଙ୍କ ଉପରକୁ ମାଡ଼ିଆସିଲା କାର୍‌, ଆଉ ତା’ପରେ ହେଲା ଏମିତି ଚମତ୍କାର…

ଆମେରିକାର ରାଜରାସ୍ତାରେ ନିକଟରେ ଏକ ଏଭଳି ଘଟଣା ଘଟିଛି ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ପୋଲିସ ବିଭାଗ ତରଫରୁ ଜାରି କରାଯାଇଥିବା ସିସିଟିଭି ଫୁଟେଜ୍‌ରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା କଏଦ ହୋଇଛି। ଫୁଟେଜ୍‌ରେ ୩ଟି ଜୀବନ କିପରି ସୂତା ଖିଅରେ ବଞ୍ଚିଯାଇଛି ତାହା ଦେଖିବାକୁ ମିଳିଛି।

ପୋଲିସ ବିଭାଗ ତରଫରୁ ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଦମ୍ପତି ନିଜ ଛୁଆକୁ ଏକ ଟ୍ରଲିରେ ଧରି ରାସ୍ତା ପାର ହେଉଛନ୍ତି। ଏହି ସମୟରେ ଟ୍ରାଫିକ ନିୟମ ଭାଙ୍ଗି ହଠାତ୍‌ ସେମାନଙ୍କ ଉପରକୁ ଏକ କାର୍‌ ମାଡ଼ି ଆସୁଛି। ଉଭୟେ ଏହା ଜାଣିପାରିନଥିବା ବେଳେ ଦେବଦୂତ ସଦୃଶ ଅନ୍ୟ ପଟୁ ଏକ ଗାଡ଼ି ଆସି ଉକ୍ତ କାର୍‌କୁ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେବାକୁ ଯାଉଥିବା କାର୍‌ଟି ଦୂରକୁ ଛିଟିକି ପଡ଼ିଥିଲା ଓ ଛୁଆ ସମେତ ଦମ୍ପତିଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଥିଲା।

ଦେଖନ୍ତୁ ଭିଡିଓ:

ଏହି ଭିଡିଓଟି ଆମେରିକାର ଏରିଜୋନା ସହରର ଫିନିକ୍ସ ଅଞ୍ଚଳର ବୋଲି ଜଣାପଡ଼ିଛି। ଭିଡିଓଟି ପୋଲିସ ବିଭାଗ ତରଫରୁ ସେୟାର କରାଯାଇଛି। ତେବେ ପୋଲିସ ୩ଟି ଜୀବନ ବଞ୍ଚାଇଥିବା ଉକ୍ତ କାର ଚାଳକକୁ ଧନ୍ୟବାଦ ଦେବା ସହ ଅନ୍ୟ ଗାଡ଼ି ଚାଳକକୁ ଗିରଫ କରିଥିବା ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.