ପୂରା ଦୁନିଆକୁ ପାଗଳ କରିଦେଇଛି ୫ ବର୍ଷର ଏହି କୁନି ଝିଅ, ଜେନିଫର ଲୋପେଜ୍‌ଙ୍କ ସହ ତୁଳନା କଲେ ଲୋକେ

ଇସ୍ରାଏଲର ୫ ବର୍ଷର ଏହି କୁନି ଝିଅ ନିଜ ଲୁକ୍ ପାଇଁ ଏବେ ଇଣ୍ଟରନେଟ୍ ସେନ୍‌ସେସନ୍ ବନିଯାଇଛନ୍ତି। ତାଙ୍କ ଫଟୋ ଜଣାଶୁଣା ବ୍ରିଟିଶ ଫ୍ୟାଶନ ମାଗାଜିନ୍ ଭୋଗ୍‌ର ୱେବ୍‌ସାଇଟରେ ନଜର ଆସିଛି। ଝିଅଟିର ମା’, ବାପା ଝିଅ ପାଇଁ ଜଣେ ସ୍ୱତନ୍ତ୍ର ହେୟାର ଡିଜାଇନର ରଖିଛନ୍ତି, ଯାହାକି ତାଙ୍କୁ ରାଇଜିଂ ଷ୍ଟାର୍ ବନେଇବାରେ ସାହାଯ୍ୟ କରୁଛି।

girl33

ଇନ୍‌ଷ୍ଟାଗ୍ରାମରେ ତାଙ୍କର ପାଖାପାଖି ୫୦,୦୦୦ ଫଲୋୟର୍ସ ରହିଛନ୍ତି। କିନ୍ତୁ କିଛି ସୋସିଆଲ ମିଡିଆ ୟୁଜର ଏତେ କମ୍ ବୟସରେ ଛୋଟ ଝିଅ ଉପରେ ଏମିତି ଫ୍ୟାଶନ ଏକ୍ସପେରିମେଣ୍ଟ କରିବାକୁ ନେଇ ମା’, ବାପାଙ୍କୁ ଗଳି ଦେଉଛନ୍ତି। ଇଣ୍ଟରନେଟ୍ ଗାର୍ଲ ବନିଯାଇଥିବା ଏହି ଝିଅଟିର ନାଁ ମିୟା ଅଫଲାଲୋ। ତାଙ୍କ ମଡେଲିଂ ଫଟୋ ପୂରା ଦୁନିଆକୁ ଦିଓ୍ଵାନା କରିଦେଇଛି। ଲୋକେ ତାଙ୍କ ସବୁଜ ରଙ୍ଗର ଆଖି ଏବଂ ଲମ୍ବା ଘନ କେଶକୁ ପ୍ରଶଂସା କରୁଛନ୍ତି। ଖାସ୍ କରି, ତାଙ୍କର ଏହି ଲୁକ୍‌କୁ ଦେଖିବା ପାଇଁ ଲୋକେ ଇନ୍‌ଷ୍ଟାଗ୍ରାମରେ ତାଙ୍କୁ ଫଲୋ କରୁଛନ୍ତି।

girl1

ଏହାସହ ପଢ଼ନ୍ତୁ: ଦୁନିଆର ସବୁଠାରୁ ଜଣାଶୁଣା ମେଣ୍ଢାର ମୃତ୍ୟୁ, କରିଥିଲା ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡ, ମୃତ୍ୟୁ ପରେ ବାହାରିଲା ଏତିକି…

ମିୟାଙ୍କ ହେୟାର୍ ଡିଜାଇନର କୁହନ୍ତି, ମିୟାଙ୍କ ସହ କାମ କରିବା ବହୁତ ସହଜ ଅଟେ। ସେ ନା କିଛି ଅଭିଯୋଗ କରନ୍ତି ନା କାହାକୁ ବିରୋଧ କରନ୍ତି। ସମସ୍ତେ ତାଙ୍କ ଉପରେ ପୂରା ଇମ୍ପ୍ରେଶ ଅଛନ୍ତି ଏବଂ ତାଙ୍କୁ ‘ପ୍ରିନ୍‌ସେଜ୍ ମିୟା’ କହି ଡାକୁଛନ୍ତି। ମିୟା ବହୁତ ଶାନ୍ତ। ସେ ତାଙ୍କ କେଶକୁ ଘଣ୍ଟା ଘଣ୍ଟା ଧରି ଡିଜାଇନ୍ କରିବା ପାଇଁ ଅପେକ୍ଷା କରିଥାଆନ୍ତି। ଆଉ ସବୁବେଳେ ହସୁଥାଆନ୍ତି। ଏହି ହେୟାର୍ ଡିଜାଇନର୍ ମିୟାଙ୍କ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିବା ସମୟରେ ତାଙ୍କୁ ଆମେରିକାର ସିଙ୍ଗର ଜେନିଫର ଲୋପେଜ୍‌ଙ୍କ ସହ ତୁଳନା କରିଛନ୍ତି।