ଘାସ ସହିତ ମାଟି ଖାଇଦେବା ଦ୍ୱାରା ହାତୀଙ୍କ ଠାରେ ବ୍ୟାପିଲା ଏହି ବିରଳ ରୋଗ, ଦୁଇ ମାସରେ ମରିଗଲେ ୧୦୦ ହାତୀ

ଦୁନିଆରେ ସବୁଠାରୁ ଅଧିକ ୧,୩୦,୦୦୦ ହାତୀମାନଙ୍କର ଦେଶ ବୋତ୍ସବାନାରେ ଆଜିକାଲି ଏକ ଗମ୍ଭୀର ସଂକ୍ରାମକ ବେମାରୀ ବ୍ୟାପିବାରେ ଲାଗିଛି ।ଯେଉଁ କାରଣରୁ ଏଠାରେ ମାତ୍ର ଦୁଇ ମାସ ମଧ୍ୟରେ ପାଖାପାଖି ୧୦୦ଟି ହାତୀଙ୍କ ମୃତ୍ୟୁ ହୋଇସାରିଛି ।

ଏହାସହ ପଢନ୍ତୁ ବଳାତ୍କାରୀ ମୁଁହରୁ ରକ୍ଷା କରି ମହିଳାଙ୍କ ଜୀବନ ବଞ୍ଚାଇଲା ଆପଲ ୱାଚ

ବନ୍ୟଜୀବ ଏବଂ ରାଷ୍ଟ୍ରୀୟ ଉଦ୍ୟାନ ବିଭାଗର କହିବା ଅନୁଯାୟୀ ହାତୀ ଆନ୍ଥ୍ରାକ୍ସରେ ମରୁଛନ୍ତି । ଯଦିଓ କିଛି ହାତୀ ମରୁଡି ପ୍ରଭାବରୁ ମଧ୍ୟ ମରି ସାରିଛନ୍ତି । ସୂଚନା ଅନୁଯାୟୀ ଆନ୍ଥ୍ରାକ୍ସ ଏକ ଗମ୍ଭୀର ସଂକ୍ରାମକ ରୋଗ ଅଟେ ଯାହାକି ବେସିଲସ ଆନ୍ଥ୍ରୋସୀସ ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପିଥାଏ । ତେବେ ଏହା ଏକ ଦୁର୍ଲଭ ରୋଗ ଅଟେ କିନ୍ତୁ ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ମଣିଷକୁ ମଧ୍ୟ ସଂକ୍ରମିତ ହୋଇଥାଏ ।

 

एंथ्रेक्स बैक्टीरिया

ସୂଚନା ଅନୁଯାୟୀ ଏଠାରେ ଭୟଙ୍କର ମରୁଡି କାରଣରୁ ହାତୀମାନେ ଘାସସହ ମାଟି ବି ଖାଇଦେଇଥାନ୍ତି ଯେଉଁ କାରଣରୁ ସେମାନେ ଆନ୍ଥ୍ରାକ୍ସ ବ୍ୟାକ୍ଟେରିଆର ସଂସ୍ପର୍ଶରେ ଆସିଥାନ୍ତି ଏବଂ ଏହି ଗମ୍ଭୀର ରୋଗରେ ପୀଡିତ ହୋଇଥାନ୍ତି । ଏକ ସର୍ଭେ ଅନୁଯାୟୀ ୨୦୧୪ ରୁ ୨୦୧୮ ମଧ୍ୟରେ ହାତୀ ମୃତ୍ୟୁ ୫୯୩ ପ୍ରତିଶତ ବଢିଯାଇଛି । ଏହାର ପ୍ରଥମ କାରଣ ମରୁଡି ହୋଇଥାଇପାରେ ମାତ୍ର ଦ୍ଵିତୀୟ କାରଣ ହେଉଛି ହାତୀ ମାନଙ୍କର ଅବୈଧ ଶିକାର ।

प्रतीकात्मक तस्वीर

୨୦୧୪ ମସିହାରେ ବୋତ୍ସବାନାରେ ହାତୀ ମାନଙ୍କର ଶିକାରକୁ ନେଇ ଆଇନ ଲାଗୁ କରାଯାଇଥିଲା କିନ୍ତୁ ଲୋକମାନଙ୍କର ଭାରି ବିରୋଧ ପାଇଁ ଚଳିତ ବର୍ଷ ଏହି ଆଇନକୁ ଉଠାଇ ଦିଆଯାଇଛି । ବନ୍ୟଜୀବ ପ୍ରାଧିକରଣର କହିବା ଅନୁଯାୟୀ ଆନ୍ଥ୍ରାକ୍ସ ବ୍ୟାକ୍ଟେରିଆ ଯେପରି ଅନ୍ୟ ପଶୁ ମାନଙ୍କ ଠାରେ ନ ବ୍ୟାପୁ ସେଥିପାଇଁ ଏହି ରୋଗରେ ମରିଯାଉଥିବା ହାତୀ ମାନଙ୍କ ଶବକୁ ଜଳାଇ ଦିଆଯାଉଛି ।

Leave A Reply

Your email address will not be published.