ଚାଷୀ ଘରକୁ ପଶିଆସିଲା ଦୁଇମୁଣ୍ଡିଆ ସାପ, ହେଲା ଏମିତି କିଛି, ଯାହାକୁ ଦେଖିଲେ ଆପଣ ବି ଭୟ କରିଯିବେ

ଚୀନର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ଚକିତ ହୋଇଯିବେ। ଜଣେ ଚାଷୀଙ୍କ ଘରକୁ ପଶିଆସୁଛି ଦୁଇମୁଣ୍ଡିଆ ସାପ, ଯାହାକୁ ଦେଖି ଚୀଷୀ ଜଣକ ଭୟଭୀତ ହୋଇଯାଉଛନ୍ତି। ଏହି ସାପ ଭିଡିଓ ଟୁଇଟରରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି, ଦୁଇମୁଣ୍ଡିଆ ସାପ ଚଟାଣରେ ଚାଲୁଛି ଏବଂ ଲୋକେ ତା’ର ଭିଡିଓ ବନାଉଛନ୍ତି।

ଏକ ଚୀନ ଗଣମାଧ୍ୟମ ଟୁଇଟରରେ ଭିଡିଓଟିକୁ ଶେୟାର କରିଛି। ଚୀନର ହେବେଇ ଶୋଞ୍ଜହୋଉ ସହରରେ ଜଣେ ଚାଷୀଙ୍କ ଘରକୁ ଦୁଇମୁଣ୍ଡିଆ ସାପ ପଶି ଆସୁଥିଲା। କିନ୍ତୁ କିଛି ସମୟ ପରେ ତାହା କେଉଁଆଡ଼େ ଗାଏବ ହୋଇଗଲା। ଲୋକଙ୍କୁ ଏହା ଆଶ୍ଚଯ୍ୟର୍ ଲାଗିଥିଲା ଯେ ସେମାନେ କେବେ ବି ଏମିତି ସାପ ପୂର୍ବରୁ ଦେଖି ନ ଥିଲେ।

ଏହାସହ ପଢ଼ନ୍ତୁ: ଏହି ଡେଲିଭରି ଗାର୍ଲଙ୍କ ଡ୍ରେସିଙ୍ଗ୍ ଷ୍ଟାଇଲ୍ ସୋସିଆଲ ମିଡିଆରେ କରୁଛି ହଇଚଇ, ଲୋକେ ହେଉଛନ୍ତି ଦିଓ୍ଵାନା

୨୩ ଅକ୍ଟୋବରରେ ଏହି ଭିଡିଓକୁ ଟୁଇଟରରେ ଶେୟାର କରାଯାଇଥିଲା। ଏହାକୁ ଏ ପଯ୍ୟର୍ନ୍ତ ୨୧ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ୩୦୦ରୁ ଅଧିକ ଲାଇକ୍ସ ଏବଂ ୧୦୦ରୁ ଅଧିକ ରି-ଟୁଇଟ୍ ମିଳିସାରିଛି। ଏହାସହ ଭିଡିଓକୁ ନେଇ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଆସୁଛି।

video courtesy: people’s daily