ଦୀପାବଳିରେ ବଚ୍ଚନ ପରିବାର ଆୟୋଜନ କରୁଛି ଗ୍ରାଣ୍ଡ ପାର୍ଟି, ଜାଣନ୍ତୁ ଅତିଥି ତାଲିକାରେ କିଏ ଅଛନ୍ତି କିଏ ନାହାନ୍ତି

ଧନତେରସ୍ ସହ ଦେଶବ୍ୟାପୀ ଆରମ୍ଭ ହୋଇଯାଇଛି ଦୀପାବଳି ପାଇଁ ପ୍ରସ୍ତୁତିପର୍ବ। ଏଥିପାଇଁ ପ୍ରତି ଘରେ କିଛିନା କିଛି ନୂତନ ଜିନିଷ କିଣାଯାଉଛି। ବିଶ୍ୱାସ ରହିଛି ଯେ ଧନ୍ତେରସ୍ରେ ସୁନା କିଣି ଘରକୁ ଆଣିଲେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି। ଏଥିସହ ଘରେ ସର୍ବଦା ଧନସମ୍ପତ୍ତିର ପ୍ରାଚୁର୍ଯ୍ୟ ବଜାୟ ରହେ। ତେବେ ଏହି ଶୁଭ ଅବସରରେ ଫିଲ୍ମଷ୍ଟାରମାନେ ମଧ୍ୟ ପଛରେ ରହିନାହାନ୍ତି। ସେମାନେ ମଧ୍ୟ ନିଆରା ଢଙ୍ଗରେ ଦୀପାବଳି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଉ ଏଥିରେ ସବୁଠାରୁ ଆଗରେ ଅଛନ୍ତି ବିଗ୍ବିଙ୍କ ପରିବାର।
ରିପୋର୍ଟ ମୁତାବକ, ବଚ୍ଚନ ପରିବାର ପ୍ରାୟ ଦୁଇ ବର୍ଷ ପରେ ଚଳିତବର୍ଷ ଦୀପାବଳି ଅବସରରେ ଏକ ପାର୍ଟିର ଆୟୋଜନ କରିଛନ୍ତି। ଏହି ପାର୍ଟି ପାଇଁ ପୂରା ପରିବାର ଉତ୍ସାହିତ ଥିବା ବେଳେ ଗେଷ୍ଟମାନେ ମଧ୍ୟ ଅପେକ୍ଷା କରିଥିବା ଜଣାଯାଇଛି। ଏହି ପାର୍ଟିକୁ ବଲିଉଡ୍ର ବଡ଼ ବଡ଼ ଷ୍ଟାରମାନଙ୍କୁ ନିମନ୍ତ୍ରଣ କରାଯାଇଛି।
ଏହାସହ ପଢ଼ନ୍ତୁ: ବିବାହ ବାର୍ଷିକୀରେ ପତ୍ନୀଙ୍କ ପାଇଁ ଏମିତି ଭାବପୂର୍ଣ୍ଣ କଥା କହିଲେ କିଙ୍ଗ୍ ଖାନ୍, ପଢ଼ିଲେ ଆପଣ ବି କରିବେ ପ୍ରଶଂସା
ଅତିଥିଙ୍କ ତାଲିକାରେ ଅକ୍ଷୟ କୁମାର-ଟ୍ଵିଙ୍କିଲ ଖାନ୍ନା, ଶାହାରୁଖ ଖାନ୍-ଗୌରୀ ଖାନ୍, କରନ ଜୋହର, ରଣବୀର କପୁର, ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, କବୀର ଖାନ୍ ପ୍ରମୁଖ କଳାକାର ଥିବା ନେଇ ଶୁଣିବାକୁ ମିଳୁଛି।
ଶେଷଥର ପାଇଁ ୨୦୧୬ ମସିହାରେ ବଚ୍ଚନ ପରିବାର ତରଫରୁ ଦୀପାବଳୀରେ ପାର୍ଟିର ଆୟୋଜନ କରାଯାଇଥିଲା। ୨୦୧୭ ମସିହାରେ ଐଶ୍ୱର୍ଯ୍ୟାଙ୍କ ପିତାଙ୍କ ଦେହାନ୍ତ ହୋଇଥିବା ବେଳେ ୨୦୧୮ରେ ଶ୍ରେୟା ବଚ୍ଚନଙ୍କ ଶ୍ୱଶୁରଙ୍କ ମୃତ୍ୟୁ ଘଟିଥିଲା। ଏଣୁ ଗତ ଦୁଇ ବର୍ଷ ହେଲା ବଚ୍ଚନ ପରିବାର କୌଣସି ଉତ୍ସବକୁ ପାଳନ କରିନଥିଲା।