ଆଜି କେବିସିର ହଟ୍ ସିଟରେ ଦୂତୀ ଚାନ୍ଦକୁ ଦେଖିବାକୁ ପାଇବେ ଦର୍ଶକ, କିଛି ସମୟ ପରେ ଆରମ୍ଭ ହେବ ସୋ

କେନ୍ୟୁଜ୍(ବ୍ୟୁରୋ): ଲୋକପ୍ରିୟ କାର୍ଯ୍ୟକ୍ରମ କୌନ ବନେଗା କରୋଡପତିରେ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ଦେଖିବାକୁ ମିଳିବ । ହଟ୍‌ ସିଟ୍‌ରେ ବସିବେ ଦୂତୀ । ଆଜି କେବିସିରେ ଦୂତୀ ଚାନ୍ଦକୁ ଦେଖିବାକୁ ପାଇବେ ଦର୍ଶକ । ବିଗ୍‌ ବି ଅମିତତାଭ ବଚ୍ଚନଙ୍କ ସହ ସିଟ୍‌ ସେୟାର କରିଛନ୍ତି ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ସୋ’ରେ ଅମିତାଭଙ୍କ ସହ ଅଧଘଣ୍ଟା ଆଲୋଚନା କରିଥିଲେ ଦୌଡ଼ରାଣୀ । ଏହାପରେ ତାଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିଥିଲେ ଦୂତୀ । ଅମିତାଭ ବଚ୍ଚନ ଜଣେ କ୍ରୀଡ଼ା ପ୍ରଶଂସକ ବୋଲି ବର୍ଣ୍ଣନା କରିଛନ୍ତି ଦୂତୀ ଚାନ୍ଦ । ଓଡ଼ିଆ ଝିଅ ଦୂତୀ ଗୋଟିଏ ପରେ ଗୋଟିଏ ସଫଳତା ଗୋଟାଇବାରେ ଲାଗିଛନ୍ତି । କେବିସିରେ ଯୋଗଦେବା ପରେ କଳିଙ୍ଗ ଟିଭି ଆସିଥିଲେ ଦୌଡ଼ ରାଣୀ । ଦୂତୀ କହିଛନ୍ତି ତାଙ୍କ ଜୀବନୀକୁ ନେଇ ଖୁବ୍‌ ଶୀଘ୍ର ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ।

Leave A Reply

Your email address will not be published.