ପ୍ରେତାତ୍ମା କବଳିତ କରି ରଖିଛି କି? ଛଡ଼ାଇବାକୁ ନିଶ୍ଚୟ ଯାଆନ୍ତୁ ଭୂତମେଳାକୁ, ଜାଣନ୍ତୁ କେବେ ହେବ ଆୟୋଜନ

ଜିନିଷପତ୍ର କିଣାକିଣି କରିବାକୁ ଗାଁଗହଳିରେ ସାଧାରଣତଃ ମେଳାର ଆୟୋଜନ କରାଯାଇଥାଏ। ସେଠାରେ ଆଖପାଖ ଗାଁର ଲୋକେ ଆସି ନିଜ ମନୋରଞ୍ଜନ କରିବା ସହ ଆବଶ୍ୟକୀୟ ସାମଗ୍ରୀ କିଣିଥାନ୍ତି। ମାତ୍ର ଭାରତରେ ଏକ ଏଭଳି ସ୍ଥାନ ଅଛି ଯେଉଁଠାରେ ଲୋକଙ୍କର ନୁହେଁ ବରଂ ଭୂତଙ୍କ ମେଳାର ଆୟୋଜନ ହୋଇଥାଏ।

ଏହାସହ ପଢ଼ନ୍ତୁ: ଇସ୍ରୋ ଜାରି କଲା ଚନ୍ଦ୍ରପୃଷ୍ଠର ଆଶ୍ଚର୍ଯ୍ୟ କରିଦେବା ଭଳି ଫଟୋ, ଦେଖନ୍ତୁ ଜହ୍ନମାମୁଁର ପ୍ରକୃତ ସ୍ୱରୂପ

ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାଠାରୁ ୪୨ କିଲୋମିଟର ଦୂର ଚିଚୋଲୀ ତହସିଲ ମୁଖ୍ୟାଳୟଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ମଲାଜପୁର ଗାଁରେ ଏହି ମେଳା ଆୟୋଜିତ ହୋଇଥାଏ। ପ୍ରତିବର୍ଷ ମକର ସଂକ୍ରାନ୍ତି ପରବର୍ତ୍ତୀ ପୂର୍ଣ୍ଣିମାଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହୋଇଥାଏ। ବହୁ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ନିଜ ପ୍ରିୟଜନଙ୍କୁ ପ୍ରେତାତ୍ମାଙ୍କ ଠାରୁ ମୁକ୍ତ କରିବାକୁ ଆସିଥାନ୍ତି।

କୁହାଯାଏ ଯେ, ୧୭୭୦ ମସିହାରେ ଗୁରୁ ସାହେବ ବାବା ନାମକ ଜଣେ ସାଧୁ ଏଠାରେ ରହି ନିଜ ଶକ୍ତି ବଳରେ ଲୋକଙ୍କୁ ଭୂତପ୍ରେତଙ୍କ କବଳରୁ ମୁକ୍ତ କରୁଥିଲେ। ଗାଁ ଲୋକେ ସାଧୁ ବାବାଙ୍କୁ ଭଗବାନଙ୍କ ସ୍ୱରୂପ ବିବେଚନା କରି ସେଠାରେ ଥିବା ଗଛ ମୂଳରେ ତାଙ୍କୁ ଜିଅନ୍ତା ସମାଧି ଦେଇଥିଲେ। ସେଠାରେ ଗ୍ରାମବାସୀ ମିଶି ଏକ ମନ୍ଦିର ମଧ୍ୟ ପ୍ରତିଷ୍ଠା କରିଥିଲେ। ଏହି ମନ୍ଦିରରେ ଦେବଜୀ ମହାରାଜଙ୍କୁ ପୂଜା କରାଯାଉଛି। ସେହି ସାଧୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଭୂତ ମେଳା ଆୟୋଜିତ ହୋଇଥାଏ।

ପ୍ରେତାତ୍ମାଙ୍କଠାରୁ ମୁକ୍ତ ହେବା ପରେ ଭୋଗ ଲଗାଯାଏ ଗୁଡ଼:

ଏଠାରେ ଲୋକମାନେ ପ୍ରେତାତ୍ମାଙ୍କ ଠାରୁ ମୁକ୍ତ ହେବା ପରେ ଗୁଡ଼ ଭୋଗ ଲଗାଇଥାନ୍ତି। ତେବେ ଭିନ୍ନ ଢଙ୍ଗରେ ଏହି ଭୋଗ ଲଗାଯାଇଥାଏ। ଭୂତରୁ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ଓଜନ ପରିମାଣର ଗୁଡ଼ ଏହି ମନ୍ଦିରରେ ଭୋଗ ଲାଗିଥାଏ। ଫଳରେ ପ୍ରତିବର୍ଷ ଏଠାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଓଜନର ଗୁଡ଼ ଜମା ହୋଇଥାଏ। ତେବେ ଏତେ ମାତ୍ରାରେ ଗୁଡ଼ ଜମା ହେଉଥିଲେ ମଧ୍ୟ ସେଥିରେ ପିମ୍ପୁଡ଼ି, ଜନ୍ଦା କିମ୍ବା ପୋକ ଜୋକ ଲାଗିନଥାଏ। ଲୋକମାନେ ଏହାକୁ ବାବାଙ୍କ ଚମତ୍କାର ବୋଲି କହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.