ଏଠାରେ ଖୁବ୍‌ଶୀଘ୍ର ଉଡ଼ିବ ‘ଉଡ଼ନ୍ତା ଟ୍ୟାକ୍ସି’, ଆକାଶରେ ବୁଲି ମଜା ନେବେ ଯାତ୍ରୀ

ସିଙ୍ଗାପୁରରେ ଖୁବ୍‌ଶୀଘ୍ର ଉଡ଼ିବାକୁ ଯାଉଛି ଉଡ଼ନ୍ତା ଟ୍ୟାକ୍ସି। ଏବେ ଏବେ ଏହାର ପରୀକ୍ଷଣ କରାଯାଇଛି। କମ୍ପାନୀର ବିଶ୍ୱାସ ଯେ ଏହାଦ୍ୱାରା ଯାତାୟାତରେ ଏକ ନୂଆ କ୍ରାନ୍ତି ଆସିବ। ୧୮ ପ୍ରୋପେଲର ଥିବା ଏହି ଡ୍ରୋନ୍ ଟ୍ୟାକ୍ସିକୁ ଜର୍ମାନ ଫର୍ମ ଭେଲୋକାପ୍ଟର ବିକଶିତ କରିଛି।

ସିଙ୍ଗାପୁରର ମରୀନା ୱେ କ୍ଷେତ୍ରରେ ଭେଲୋକାପ୍ଟର ପାଖାପାଖି ୩ ମିନିଟ୍ ଯାଏ ଉଡ଼ାଣ ଭରିଥିଲା। ହୋଭର ଟ୍ୟାକ୍ସିଗୁଡ଼ିକ ଛୋଟ ହେଲିକାପ୍ଟର ଭଳି ଦେଖାଯାଉଛି। ଏହା ଡ୍ରୋନ୍ ଦ୍ୱାରା ସଞ୍ଚାଳିତ ହୋଇପାରିବ। ଭେଲୋକାପ୍ଟର ଏହି ନୂଆ ଟେକ୍ନୋଲୋଜିକୁ ଦୁବାଇ, ହେଲସିଙ୍କି, ଜର୍ମାନୀ ଏବଂ ଲସ୍ ଭୋଗାସ୍‌ରେ ମଧ୍ୟ ପରୀକ୍ଷଣ କରିସାରିଛି। ସିଙ୍ଗାପୁରରେ ଏମିତି ଭେଲୋକାପ୍ଟରକୁ ପ୍ରଥମ ଥର ପରୀକ୍ଷଣ କରାଯାଇଛି। ଏହାକୁ ବ୍ୟବସାୟିକ ରୂପରେ ୨ରୁ ୪ ବର୍ଷ ପଯ୍ୟର୍ନ୍ତ ଚଲାଯିବାର ଆଶା ରଖାଯାଇଛି।

ଏହାସହ ପଢ଼ନ୍ତୁ: ବ୍ରେଷ୍ଟ କ୍ୟାନସରରେ ଆରପାରିକୁ ଚାଲିଗଲେ ଭାବି ସ୍ତ୍ରୀ, ମୃତଦେହକୁ ବଧୂ ବେଶରେ ସଜାଇ ବିବାହ କଲେ ଏହି ଯୁବକ

କମ୍ପାନୀର କହିବା ଅନୁଯାୟୀ, ଏହାକୁ ଜାକର୍ତ୍ତା, ମନିଲା ଏବଂ ବ୍ୟାଙ୍କଙ୍ଗ୍ ନେଇଯିବାକୁ ଲକ୍ଷ୍ୟ ରଖାଯାଇଛି। ସେଠାରେ ଏହାର ସବୁଠାରୁ ଅଧିକ ଆବଶ୍ୟକତା ରହିଛି। ଆମେ ଏହାକୁ ଭାରତ ଏବଂ ଚୀନରେ ମଧ୍ୟ ଆରମ୍ଭ କରିବୁ। କମ୍ପାନୀର ଜଣେ ଅଧିକାରୀ କହିଥିଲେ, ଏହି ଟ୍ୟାକ୍ସ ମାର୍କେଟିଂ ରିପ୍ଲେସ୍‌ମେଣ୍ଟ ନୁହେଁ, ବରଂ ଅନ୍ୟ ପରିବହନ ବିକଳ୍ପ ରୂପରେ ବ୍ୟବହାର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.