ରେଭେନସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କର ମେଡିଆ କନଫରେନସ

କଟକ (କେନ୍ଯୁଜ୍) : ଅଲ୍‌ ଓଡ଼ିଶା ଷ୍ଟୁଡେଣ୍ଟ ୟୁନିୟନ୍‌ ଫର୍‌ ଭିଜୁଆଲ୍‌ ଇମ୍ପାୟର୍ଡ ପକ୍ଷରୁ ରେଭେନସା ବିଶ୍ୱବିଦ୍ୟାଳୟର ସେଭେନଥ୍‌ ପିଲାର ଆନେକ୍ସ-ଟୁରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କର ମେଡିଆ କନଫରେନସ । ସାରା ରାଜ୍ୟର ଦୁଇ ଶହରୁ ଅଧିକ ଦୃଷ୍ଟିହୀନ ଛାତ୍ରଛାତ୍ରୀ ସମ୍ମିଳନୀରେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଦୃଷ୍ଟିହୀନମାନେ ସରକାରୀ ଚାକିରୀରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରାଯାଇଛି। ନୂଆ ନିୟମରେ ଦୃଷ୍ଟିହୀନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିବାବେଳେ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିମାନେ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।

ଏଭଳି ନିୟମକୁ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି। ନିକଟରେ ହୋଇଥିବା ଏଏସଓ ପରୀକ୍ଷାରେ ଦୃଷ୍ଟିହୀନ ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ ପାଇଁ ଲେଖକ ଓପିଏସସି ପକ୍ଷରୁ ଯୋଗାଇ ଦିଆ ଯାଇ ନଥିବାବେଳେ ସେହି ସମସ୍ତ ପଦବୀରେ ସ୍ୱଳ୍ପ ଦୃଷ୍ଟି ବା ଜାଲ ସାର୍ଟିଫିକେଟ୍‌ ଧାରୀଙ୍କୁ ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଛି। ଦୃଷ୍ଟିହୀନନଙ୍କ ପ୍ରତି ସରକାର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ସହ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି ଦୃଷ୍ଟିହୀନ ଛାତ୍ରଛାତ୍ରୀ।

Leave A Reply

Your email address will not be published.