ନାସା ଯିବେ ନବମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ, କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଗରିବୀ

ଅନୁଗୁଳ (କେନ୍ଯୁଜ୍) : କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଗରିବୀ । । ନାସା ଯିବେ ବ୍ୟାଗ ବିକାଳୀଙ୍କ ପୁଅ । ଅନୁଗୁଳ ହୁଳୁରୁସିଂହାର ଲକ୍ଷ୍ମଣ ଓ ସୁଲୋଚନା ନାଏକଙ୍କ ପୁଅ ଶୁଭ୍ରାଂଶୁ । ମାତ୍ର ୬୫ ଟଙ୍କାରେ ନିର୍ମିତ ମାଭିକ ପ୍ରକଳ୍ପ ନାସାରେ ସ୍ଥାନ ପାଇବ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ । ତାଙ୍କ ଦ୍ୱାରା ତିଆରି ମାଭିକ ପ୍ରକଳ୍ପ ଗୁଗୁଲ ମ୍ୟାପ ଦ୍ୱାରା ଏକ ନିଦ୍ଧିଷ୍ଟ ସ୍ଥାନରେ ପହଞ୍ଚିବା ସହ ଆକାଶ ମାର୍ଗରେ ଯାଇ ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣାଗସ୍ତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଯୋଗାଇବ ।

ଯେଉଁ ସ୍ଥାନକୁ ଡାକ୍ତର ଯିବା ସମ୍ଭବ ହୋଇନଥାଏ ସେଠାକୁ ମାଭିକ ଡ୍ରୋନ ଫାଷ୍ଟଏଡ ଧରି ଘଟଣା ସ୍ଥାନରେ ପହଞ୍ଚିବା ସହ କ୍ୟାମେରାରେ ଡାକ୍ତରଙ୍କୁ ଦେଖିପାରିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରିବା । ଭାରତର ଦୁଇ ଜଣଙ୍କ ସମେତ ଶୁଭ୍ରାଶୁଂ ଏବଂ ବିଶ୍ୱର ୧୩୮ ଜଣ ପ୍ରତିଯୋଗୀ ଓ୍ଵାସିଂଟନର ସ୍ପେସ ସେଣ୍ଟେରରେ ଡିସେମ୍ବର ୧ ତାରିଖରେ କାର୍ଯ୍ୟକ୍ରମ ହେବ । ଚଳିତ ମାସ ୨୩ ତାରିଖରେ ଶୁଭ୍ରାଶୁଂ ଯିବେ ନାସା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.