ଜେଲ୍‌ ଗଲେ କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି ସଭାପତି ପ୍ରମୋଦ ସାହୁ

କେନ୍ଦ୍ରାପଡ଼ା: ଜେଲ୍‌ ଗଲେ କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି ସଭାପତି ପ୍ରମୋଦ ସାହୁ। କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର ପରେ ତାଙ୍କୁ କେନ୍ଦ୍ରାପଡ଼ା ସବ୍‌ ଜେଲ୍‌କୁ ପଠାଇ ଦିଆଯାଇଛି। ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ପ୍ରମୋଦଙ୍କୁ ତାଙ୍କ ମହିପାଳ ସ୍ଥିତ ବାସଭବନରୁ ଆଣି ଟାଉନ ଥାନାରେ ପଚରାଉଚରା କରାଯାଇଥିଲା। କ୍ରେଡିଟ କୋଅପରେଟିଭ ସୋସାଇଟିେରେ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ନେଇ ଗତ ଏପ୍ରିଲ ୨୭ ତାରିଖରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ପୀଡ଼ିତା ଅଭିଯୋଗ କରିଥିଲେ, ମୋବାଇଲ୍‌ ଶିଖିବା ବାହାନାରେ ପ୍ରମୋଦ ସାହୁ ତାଙ୍କୁ ଫୋନ୍‌ ଓ ଭିଡିଓ କଲ୍‌ କରି ଚ୍ୟାମ୍ବରକୁ ବାରମ୍ବାର ଡାକୁଥିଲେ। ଡ୍ୟୁଟି ସମୟରେ ଅଶ୍ଳୀଳ ଇଙ୍ଗିତ କରିଥିଲେ। ସଭାପତିଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଚାକିରୀ ଛାଡିଥିଲେ ଅଭିଯୋଗକାରିଣୀ ।

Leave A Reply

Your email address will not be published.