ସ୍ପେନ୍ର ୩୦ ବର୍ଷୀୟା ଜଣେ ମହିଳାଙ୍କୁ ଦୁନିଆର ଯେକୌଣସି ସ୍ଥାନରେ ଆସୁଥିବା ଭୂମିକମ୍ପ ପ୍ରଥମେ ଜଣାପଡ଼ିଥାଏ। ମହିଳା ଜଣକ ନିଜକୁ ‘ସାୟବର୍ଗ ଓମ୍ୟାନ୍’ ବୋଲି କହିଥାଆନ୍ତି। ପ୍ରକୃତ କଥା ହେଲା, ତାଙ୍କର ଏକ ବାହୁରେ ସିସମିକ୍ କମ୍ପ୍ୟୁଟର ଚିପ୍ ସେନ୍ସର ଇମ୍ପ୍ଲାଟ କରାଯାଇଛି, ଯାହାକି ଦୁନିଆରେ ଯେଉଁଠି ବି ଭୂମିକମ୍ପ ଆସିଲେ, ଭାଇବ୍ରେଟ୍ ହୋଇଥାଏ। ମହିଳାଙ୍କ ନାଁ ମୁନ ରିବାସ୍।
ଏହାସହ ପଢ଼ନ୍ତୁ: ପୁଅଙ୍କ ପାଇଁ ପାଗଳ ହୁଅନ୍ତି ଏହି ଦେଶର ଯୁବତୀ, ହେଲେ ସହଜରେ ମିଳି ନ ଥାଆନ୍ତି ମନର ମଣିଷ, ଜାଣନ୍ତୁ କାହିଁକି
ରିବାସ୍ ପେସାରେ ଜଣେ ନୃତ୍ୟଶିଳ୍ପୀ। ତାଙ୍କ ବାହୁରେ ଇମ୍ପ୍ଲାଟ କରାଯାଇଥିବା ସେନ୍ସର ଆଇଫୋନ୍କୁ ସ୍ୱତନ୍ତ୍ର ଭାବେ ବନାଯାଇଥିବା ଆପ୍ଲିକେଶନ ସହ ଯୋଡ଼ାଯାଇଛି। ଏହା ସର୍ବପ୍ରଥମେ ଭୂକମ୍ପର ସୂଚନା ରିବାସ୍ଙ୍କ ପାଖରେ ହିଁ ପହଞ୍ଚାଇଥାଏ। ରିବାସ୍ଙ୍କୁ ସଙ୍କେତ ମିଳିବା କ୍ଷଣି ସେ ଆପ୍ଲିକେଶନରେ ଭୂମିକମ୍ପର କେନ୍ଦ୍ର ଏବଂ ଏହାର ତୀବ୍ରତା ମାପିଥାଆନ୍ତି। ତାଙ୍କ ବାହୁରେ ଲାଗିଥିବା ଚିପ୍ର ଭାଇବ୍ରେଶନର ତୀବ୍ରତାରୁ ସେ ଭୂମିକମ୍ପର ତୀବ୍ରତା ଅନୁମାନ ଲଗାଇ ଥାଆନ୍ତି।