Below header

ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ: ନେଇ ପାରେ ବାତ୍ୟା ‘ବୁଲବୁଲ’ର ରୂପ, ଆନ୍ଧ୍ରକୁ ହିଟ୍‌ କରିବା ନେଇ ସ୍କାଏମେଟ୍‌ର ଆକଳନ

ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଡିପ୍ରେସନର ରୂପ ନେଇପାରେ। ଆସନ୍ତାକାଲି କିମ୍ବା ୬ ତାରିଖ ସୁଦ୍ଧା ପୂର୍ବ କେନ୍ଦ୍ର ବଙ୍ଗୋପ ସାଗରରେ ଏହା ଘନୀଭୂତ ହେବ। ବାତ୍ୟାର ରୂପ ନେଲେ ଏହାର ନାଁ ରହିବ ‘ବୁଲବୁଲ୍‌।’ ତେବେ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏନେଇ ଭୟଭୀତ ହେବାର ନାହିଁ। ତେବେ ସ୍କାଏମେଟ୍‌ ଆକଳନ କରିଛି, ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଭୀଷଣ ଅବପାତର ରୂପ ନେଇ ବାତ୍ୟାରେ ସୃଷ୍ଟି ହେବ ବୋଲି ଅନୁମାନ କରିଛି ସ୍କାଏମେଟ୍‌। ଗଭୀର ସମୁଦ୍ରରେ ଆଗାମୀ ୬ଦିନ ମଧ୍ୟରେ ଏହା ଘନୀଭୂତ ହେବ । ଏହା କ୍ରମଶଃ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ତଟରେ ସ୍ଥଳଭାଗକୁ ଛୁଇଁବ ବୋଲି ଆକଳନ କରାଯାଇଛି। ପାବୁକ ଓ ଫନି ପରେ ଏହା ଚଳିତ ବର୍ଷ ବଙ୍ଗୋପସାଗରରେ ସୃଷ୍ଟ ତୃତୀୟ ବାତ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.