Below header

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ଶିଙ୍ଘ ମାଛ, ସତ ଜାଣିବା ପରେ ଆଶ୍ଚର୍ଯ୍ୟର ସୀମା ରହିଲାନି

ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା କେତେଜଣ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା ଏକ ଅଦ୍ଭୁତ ଜୀବ। କିନ୍ତୁ ଯେତେବେଳେ ସେମାନେ ସତ ଜାଣିବାକୁ ପାଇଲେ, ଆଶ୍ଚର୍ଯ୍ୟର ସୀମା ରହିଲାନି। କାରଣ, ମଝି ସମୁଦ୍ରରୁ ସେମାନେ ଉଦ୍ଧାର କରିଥିଲେ ଏକ ହରିଣ। ସବୁଠାରୁ ଚଳିତ କଲା ଭଳି କଥା ଥିଲା, ସମୁଦ୍ର ମଝିରେ ହରିଣ ଆସିଲା କେଉଁଠୁ? ସମୁଦ୍ର କୂଳଠାରୁ ପାଖାପାଖି ୫ ମାଇଲ୍‌ ଦୂର ସମୁଦ୍ର ପାଣିରେ ହରିଣଟି ପହଁରୁଥିଲା।

୩ଜଣ ମତ୍ସ୍ୟଜୀବୀ ହରିଣର ଜୀବନ ବଞ୍ଚାଇ ତାକୁ ଉଦ୍ଧାର କରିଥିଲେ। ବୋଟରେ ତାକୁ ଆଣିବା ପରେ ସମୁଦ୍ର ତଟରେ ଛାଡ଼ିଦେଇଥିଲେ। ଜଣେ ମତ୍ସ୍ୟଜୀବୀ ଉଦ୍ଧାର ବେଳର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ।

deer3

ଏହାସହ ପଢ଼ନ୍ତୁ: ଯୁବକଙ୍କ ନୂତନ ଆବିଷ୍କାର: ବୋରୱେଲରେ ଗଳିପଡ଼ିଥିବା ଛୁଆଙ୍କୁ ଉଦ୍ଧାର କରିବ ଏହି ମେଶିନ, କରିବ ଏମିତି କାମ

ଶନ୍‌ ଡାବ୍‌ଲିଙ୍ଗ୍‌, ଜୋରେଡ୍‌ ଥେକ୍‌ସର ଓ ରେନ୍‌ ଡୋର୍‌ ଲାମ୍ବଷ୍ଟର୍ସ ନାମକ ଏହି ୩ଜଣ ମତ୍ସ୍ୟଜୀବୀ ଜାଲ ବିଛାଇବାରେ ବ୍ୟସ୍ତ ଥିଲେ। ସେମାନେ କହିଥିଲେ, ଯେତେବେଳେ ସେମାନେ ସମୁଦ୍ରରେ ଏକ ଅଜବ ଜୀବ ପହଁରୁଥିବାର ଦେଖିବାକୁ ପାଇଲେ, ପାଖକୁ ଯିବା ପରେ ତାହା ଏକ ହରିଣ ବୋଲି ଜଣାପଡ଼ିଥିଲା। ଏହାର କେବଳ ମୁଣ୍ଡର ଉପରି ଭାଗ ଦେଖାଯାଉଥିଲା। ପ୍ରଥମେ ମତ୍ସ୍ୟଜୀବୀମାନଙ୍କୁ ଲାଗିଥିଲା, ଏହା କୌଣସି ପ୍ରକାର ଜୀବ ହୋଇଥିବ ନଚେତ୍‌ ଶିଙ୍ଘ ମାଛ। କାରଣ, ପାଣିରେ ଏହାର ଶିଙ୍ଘ ହିଁ ଦେଖାଯାଉଥିଲା। ସେମାନେ ପ୍ରଥମ ଥର ପାଇଁ ଏକ ହରିଣକୁ ପାଣିରେ ପହଁରୁଥିବାର ଦେଖିବାକୁ ପାଇଥିଲେ।

deer4

ଏହାସହ ପଢ଼ନ୍ତୁ: ମହିଳାଙ୍କ ବଡି ମସାଜ୍‌ ପାଇଁ ଆସିଥିବା ଯୁବତୀ ଘଟାଇଲେ ଏମିତି କାଣ୍ଡ, ଖୋଜି ବୁଲୁଛି ପୋଲିସ

ଅପରପକ୍ଷେ ହରିଣ ସହ ଉଠାଇଥିବା ଫଟୋକୁ ସେମାନେ ଫେସବୁକ୍‌ରେ ଶେୟାର କରିବା ପର ହଜାର ହଜାର ଲାଇକ୍ସ ଏବଂ କମେଣ୍ଟସ୍‌ ଆସିଛି। ଏହି ଫଟୋକୁ ୫୦୦୦ରୁ ଅଧିକ ଥର ଶେୟାର କରାଯାଇ ସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.