Below header

ହ୍ଵାଟ୍ସଆପର ନୂଆ ଭର୍ସନ ବ୍ୟାଟେରୀ ଉପରେ ପକାଉଛି ଖରାପ ପ୍ରଭାବ

ଫେସବୁକର ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ନିକଟରେ ଏକ ନୂଆ ଅପଡେଟ ଜାରି କରିଥିଲା । ଯାହାକୁ ନେଇ ୟୁଜର ମାନେ ସୋସିଆଲ ମିଡିଆରେ ଅଭିଯୋଗ କରିବା ଆରମ୍ଭ କରି ଦେଇଛନ୍ତି । ୟୁଜର ମାନଙ୍କ କହିବା ଅନୁଯାୟୀ ହ୍ଵାଟ୍ସଆପ ଅପଡେଟ କରିବା ପରେ ଏହା ତାଙ୍କ ସ୍ମାର୍ଟଫୋନ ବ୍ୟାଟେରୀ ଉପରେ ବହୁତ ପ୍ରଭାବ ପକାଉଛି ।

ୟୁଜର୍ସ ମାନଙ୍କ ଅଭିଯୋଗ ଅନୁଯାୟୀ ଆଇଫୋନ ପାଇଁ ନୂଆ ଭର୍ସନ ଲଞ୍ଚ ହେବା ପରେ ଏହି ସମସ୍ୟା ଦେଖାଦେଇଛି । କେବଳ ସେତିକି ନୁହେଁ ଆଇଫୋନ ୟୁଜର୍ସଙ୍କ ବ୍ୟତୀତ ଆଣ୍ଡ୍ରୋଏଡ ୟୁଜର୍ସ ମଧ୍ୟ ହ୍ଵାଟ୍ସଆପର ନୂଆ ଭର୍ସନ ଅପଡେଟ କରିବା ପରେ ଏହା ବ୍ୟାଟେରୀ ଉପରେ ଇଫେକ୍ଟ ପକାଉଛି ବୋଲି ଅଭିଯୋଗ କରିଛନ୍ତି ।

Latest version of whatsapp is drastically impacting battery life of smartphones

ଏହାସହ ପଢନ୍ତୁ ୧ ଲିଟର ପେଟ୍ରୋଲରେ ୧୨୧ କିଲୋମିଟର ଯାତ୍ରା କରିପାରୁଥିବା ସିଙ୍ଗଲ ସିଟର କାର ବନାଇଲେ ଏହି ଛାତ୍ରଛାତ୍ରୀ

ସୂଚନା ଅନୁଯାୟୀ ହ୍ଵାଟ୍ସଆପ ଆଇଫୋନ ପାଇଁ ଚଳିତ ସପ୍ତାହରେ ନୂଆ ଭର୍ସନ 2.19.112 ଜାରି କରିଥିଲା । କୁହାଯାଉଛି ଯେ ଏହି ସମସ୍ୟା ଫୋନର ବ୍ୟାକଗ୍ରାଉଣ୍ଡରେ ଲଗାତାର ହ୍ଵାଟ୍ସଆପ ଆକ୍ଟିଭ ରହିବା କାରଣରୁ ଦେଖାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.