କିଟ୍ ବିଶ୍ବବିଦ୍ୟାଳୟ ୧୫ତମ ସମବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେଲେ ଓମ୍ ବିର୍ଲା

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ବିଶ୍ବବିଦ୍ୟାଳୟ ୧୫ତମ ସମବର୍ତ୍ତନ ଉତ୍ସବରେ ଯୋଗ ଦେଲେ ଲୋକସଭା ବାଜଷ୍ପତି ଓମ୍ ବିର୍ଲା। କିଟ ଓ କିସ୍ ପରିଦର୍ଶନ କରି ବିଶ୍ୱକୁ ନେତୃତ୍ୱ ଦେବାର କ୍ଷମତା ଭାରତର ଯୁବ ସମାଜର ରହିଛି ବୋଲି ସେ କହିଥିଲେ। କିଟ୍‌ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍‌ର ବିଭିନ୍ନ ୟୁନିଟ୍‌ ବୁଲି ଦେଖିଥିଲେ । ବିଶ୍ୱର ସର୍ବବୃହତ୍ତ ଜନଜାତି ଅନୁଷ୍ଠାନ କିସ୍‌କୁ ବିର୍ଲା ପ୍ରଥମ ଥର ଆସିଥିବାରୁ ଜନଜାତି ପାରମ୍ପରିକ ଢାଞ୍ଚାରେ ଅତି ସୁନ୍ଦର ଭାବେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଗୋଟିଏ ମଞ୍ଚରେ ଲୋକସଭା ବାଚସ୍ପତିଙ୍କ ସହ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନରାୟଣ ପାତ୍ରକୁ ଏକାଠି ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଉତ୍ସବରେ ୮୫ଜଣ ରିସର୍ଚ୍ଚ ସ୍କଲାରଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରାଯାଇଥିବାବେଳେ ୫୪୩୯ ଜଣଙ୍କୁ ସ୍ନାତକ ଓ ୧୦୫୪ ଛାତ୍ରଛାତ୍ରୀଙ୍କୁ ସ୍ନାତକତ୍ତୋର ଡିଗ୍ରୀ ପ୍ରଦାନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.