ଯାଜପୁର : ମହମ୍ମଦ ଜୟନ୍ତୀ ଅବସରରେ ଯାଜପୁରରେ ତାଜିଆ ଶୋଭାଯାତ୍ରା

ଯାଜପୁର ଟାଉନ (କେନ୍ୟୁଜ୍‌) : ମହମ୍ମଦ ଜୟନ୍ତୀ ଅବସରରେ ଯାଜପୁରରେ ଏକ ବିଶାଳ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ତାଜିଆ ଶୋଭାଯାତ୍ରା ଯାଜପୁର ସହରର କୁସୁମା ନିକଟରୁ ବାହାରି ପୁରା ସହର ପରିକ୍ରମା କରିଥିଲା । ମହାପୁରୁଷ ମହମ୍ମଦଙ୍କ ବାଣୀ ପ୍ରଚାର କରିବା ସହିତ ବିଭିନ୍ନ ସମାଜ ସଂସ୍କାର ମୂଳକ ବାର୍ତ୍ତା ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ଛୋଟ ଛୋଟ ପିଲା ନୂତନ ବସ୍ତ୍ର ପରିଧାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବୟସ୍କମାନେ ହାତରେ ବିଭିନ୍ନ ପତାକା ଧରି ଏହି ଶୋଭଯାତ୍ରାରେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.