ପର୍ପଲ ସୁଟ୍ରେ ସପ୍ନା ଚୌଧୁରୀଙ୍କ ଡ୍ୟାନ୍ସ ଦେଖି ଦର୍ଶକେ ହରାଇଲେ ନିୟନ୍ତ୍ରଣ, କିଛି ମିନିଟ୍ରେ ଭିଡିଓ ହେଲା ଭାଇରାଲ
‘ତେରୀ ଆଖଁକା ୟୋ କାଜଲ, ମନେ କରେ ସେ ଗୋ ଘାୟଲ’ ଗୀତରେ ଡ୍ୟାନ୍ସ କରି ରାତାରାତି ଲାଇମଲାଇଟ୍କୁ ଆସିଥିଲେ ସପ୍ନା। ତା’ ପରେ ବିଗ୍ବସ୍ ତାଙ୍କୁ ଇଣ୍ଡଷ୍ଟ୍ରୀରେ ପରିଚିତ କରାଇଥିଲା। ସପ୍ନା ଚୌଧୁରୀ ହରିଆଣା ଇଣ୍ଡଷ୍ଟ୍ରୀର ଜଣାଶୁଣା ସେଲିବ୍ରିଟି। ସପ୍ନାଙ୍କ ଠୁମକାରେ ସମସ୍ତେ ପାଗଳ। ସବୁବେଳେ ନିଜର ସେକ୍ସି ଏବଂ ହଟ୍ ଡ୍ୟାନ୍ସ କରି ଦର୍ଶକଙ୍କୁ ପ୍ରାୟତ ପାଗଳ କରିଦିଅନ୍ତି ସପ୍ନା। ସବୁବେଳେ ତାଙ୍କର କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।
ନିକଟରେ ଏକ ଇଭେଣ୍ଟରେ ସପ୍ନା ପହଞ୍ଚିଥିଲେ। ଷ୍ଟେଜରେ ପର୍ପଲ ରଙ୍ଗର ସୁଟ୍ ପିନ୍ଧି ଡ୍ୟାନ୍ସ କରିଥିଲେ। ତାଙ୍କ ଡ୍ୟାନ୍ସରେ ଦର୍ଶକ ଏମିତି ଝୁମିଥିଲେ ଯେ ନିଜକୁ ନିୟନ୍ତ୍ରଣ କରିପାରିନଥିଲେ।। ଯାହାର ଭିଡିଓ କିଛିମିନିଟ୍ରେ ଖୁବ୍ ଭାଇରାଲ ହୋଇଛି। ସପ୍ନା ନିଜର ଡ୍ୟାନ୍ସ ଭିଡିଓ ତାଙ୍କ ଫ୍ୟାନ ପେଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସୂଚନାଯୋଗ୍ୟ, ସପ୍ନା କେବଳ ହରିୟାଣା ନୁହେଁ, ଭୋଜପୁରୀ ଏବଂ ପଞ୍ଜାବୀ ଫିଲ୍ମରେ ନିଜର ଡ୍ୟାନ୍ସ ଜଲଓ୍ଵା ଦେଖାଇସାରିଛନ୍ତି।