ଆସନ୍ତା ଡିସେମ୍ବର ୧୬ ତାରିଖରୁ ଲାଗୁ ହେବ ମୋବାଇଲ ନମ୍ବର ପୋର୍ଟେବିଲିଟିର ନୂଆ ନିୟମ

ଭାରତୀୟ ଦୂରସଂଚାର ନିୟାମାକ ପ୍ରାଧିକରଣ (ଟ୍ରାଇ) ମୋବାଇଲ ନମ୍ବର ପୋର୍ଟେବିଲିଟିର ନୂଆ ନିୟମ ଲାଗୁ କରିବାର ନୂଆ ତାରିଖ ଘୋଷଣା କରିସାରିଛି। ଏହି ନୂଆ ନିୟମ ୧୬ ଡିସେମ୍ବରରୁ ଲାଗୁ ହେବ। ଟ୍ରାଇ ଦ୍ୱାରା ଏହି ନିୟମ ଗତ ବର୍ଷ ଡିସେମ୍ବରରେ ଘୋଷଣା କରାଯାଇଥିଲା। ପୂର୍ବରୁ ଏହି ନିୟମ ୧୧ ନଭେମ୍ବରରେ ଲାଗୁ ହେବା ପରିବର୍ତ୍ତେ ଯାନ୍ତ୍ରିକ ତ୍ରୁଟି ପାଇଁ ଏହାର ତାରିଖ ବଦଳି ଯାଇଥିଲା। ଏହି ନୂଆ ନିୟମ ସାହାଯ୍ୟରେ ଗ୍ରାହକମାନଙ୍କ ପାଇଁ ମୋବାଇଲ ନମ୍ବର ପୋର୍ଟେବିଲିଟି କରିବା ଖୁବ୍‌ ସହଜ ହେବ।

ଟ୍ରାଇର ଏକ ନୂଆ ବ୍ୟବସ୍ଥା ଲାଗୁ ହେବା ପରେ କୌଣସି ବ୍ୟକ୍ତି ଯଦି ଏମଏନପି କରୁଛନ୍ତି ତେବେ ଏହାର ପ୍ରକ୍ରିୟା ଦୁଇ ମଧ୍ୟରେ କାର‌୍ୟ୍ୟକାରୀ ହୋଇଯିବ। ସେହିପରି ଗୋଟିଏ ସର୍କଲରୁ ଅନ୍ୟ ଏକ ସର୍କଲକୁ ନମ୍ବର ପୋର୍ଟେବିଲିଟି କରିବା ଆଗ୍ରହ ମଧ୍ୟ ୫ଦିନରେ ପୂରଣ ହୋଇପାରିବ। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏହି ନୂଆ ପ୍ରକ୍ରିୟା ପୂରଣ ହେବା ପାଇଁ ୭ ଦିନ ସମୟ ଲାଗିବ।

phone-ନୂଆ ନିୟମ ଅନୁଯାୟୀ ପୋର୍ଟିଂ ଆବେଦନ ଭୁଲ୍‌ କାରଣରୁ ଖାରଜ କରିବାରେ ଟ୍ରାଇ ମୋବାଇଏ ଅପରେଟରଙ୍କ ଉପରେ ୧୦ ହଜାରରୁ ଅଧିକ ଜରିମାନା ଲାଗିପାରେ। ନୂଆ ନିୟମ ଅନୁଯାୟୀ ଟ୍ରାଇ କର୍ପୋରେଟ୍‌ ପୋର୍ଟିଂକୁ ମଧ୍ୟ ସହଜ କରିପାରିଛି। ବର୍ତ୍ତମାନ ସିଙ୍ଗଲ ଅର୍ଥରାଜେସନ୍‌ ଲେଟର ବ୍ୟବହାର କରି ଏକାସାଥିରେ ୧୦୦ଟି ମୋବାଇଲ ନମ୍ବର ପୋର୍ଟ କରାଯାଇପାରିବ। କିନ୍ତୁ ପୂର୍ବରୁ ୫୦ଟି ମୋବାଇଲ ନମ୍ବର ପୋର୍ଟ ହେଉଥିଲା।

ଏହାସହ ପଢନ୍ତୁ: ଆପଣ ବି ସହଜରେ ଟ୍ରାକ୍‌ କରିପାରିବେ ନିଜ ସାଙ୍ଗର ଲୋକେସନ୍‌, ଏହା ହେଉଛି ସେହି ଇଜି ତରିକା

ଟେଲିକମ ଅପରେଟର୍ସଙ୍କୁ ପ୍ରତ୍ୟେକ ମୋବାଇଲ ନମ୍ବର ପୋର୍ଟେବିଲିଟି ଟ୍ରାଜେକ୍ସନ କରିବା ପାଇଁ ଅଲଗା ଅଲଗା ଏଜେନ୍ସିମାନଙ୍କୁ ନିଯୁକ୍ତି କରିବାକୁ ପଡ଼ିବ। ଟ୍ରାଇ ଦ୍ୱାରା ସ୍ଥିର କରାଯାଇଥିବା ନୂଆ ଫିସ୍‌ ବର୍ତ୍ତମାନ ୫.୭୪ ଟଙ୍କା ହୋଇଯାଇଛି, ଯାହା ପରେ ଟେଲିକମ ଅପରେଟର୍ସଙ୍କୁ ପ୍ରତ୍ୟେକ ଟ୍ରାଜେକ୍ସନରେ ରିହାତି ମିଳିବ। କିନ୍ତୁ ବର୍ତ୍ତମାନ ଟେଲିକମ ଅପରେଟର୍ସଙ୍କୁ ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ୧୯ ଟଙ୍କା ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.