Below header

ଶହ ଶହ ବର୍ଷ ଧରି ସୁନା ବାହାର କରୁଛି ଓଡ଼ିଶାର ଏହି ଜଣାଶୁଣା ନଦୀ, ହେଲେ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି ରହସ୍ୟ

ଭାରତବର୍ଷରେ ଏମିତି ଏକ ନଦୀ ଅଛି, ଯାହାର ଶଯ୍ୟାରୁ ଶତାଧିକ ବର୍ଷ ଧରି ସୁନା ବାହାର କରାଯାଉଛି। କିନ୍ତୁ ଆଜି ପଯ୍ୟର୍ନ୍ତ ନଦୀ ବାଲିରୁ ସୁନା କଣିକା ମିଳିବାର ସଠିକ୍‌ କାରଣ କେହି ଜାଣିପାରିନାହାନ୍ତି। ଭୂବିଜ୍ଞାନୀମାନଙ୍କର କହିବା ହେଲା, ନଦୀ ପଥର ଚଟାଣ ଦେଇ ବହିଯାଇଛି। ଏହି ସମୟରେ ଘର୍ଷଣ ଯୋଗୁ ସୁନାର କଣିକା ସୃଷ୍ଟି ହେଉଛି।

ଦେଶର ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଅଞ୍ଚଳରେ ଏହି ନଦୀ ପ୍ରବାହିତ ହେଉଛି। ନଦୀର ନାଁ ସ୍ୱର୍ଣ୍ଣରେଖା। କିନ୍ତୁ କେହି କେହି ଏହାକୁ ସୁବର୍ଣ୍ଣରେଖା ବୋଲି କହିଥାଆନ୍ତି। ନଦୀର ଉତ୍ପନ୍ନସ୍ଥଳ ରାଞ୍ଚିର ପାଖାପାଖି ୧୬ କିଲୋମିଟର ଦୂରରେ ରହିଥିବା ବେଳେ ନଦୀ ୪୭୪ କିଲୋମିଟର ପଯ୍ୟର୍ନ୍ତ ପରିବ୍ୟାପ୍ତ।

su55

ଏହାସହ ପଢ଼ନ୍ତୁ: ପାଣି ନୁହେଁ, ଏହି ଫାଉଣ୍ଟେନ୍‌ରୁ ସବୁ ସମୟରେ ବାହାରିଥାଏ ରେଡ୍‌ ଓ୍ଵାଇନ୍‌, ମାଗଣାରେ ପିଅନ୍ତି ଲୋକେ

ସୁନାର କଣିକା କେଉଁଠୁ ଆସୁଛି

ସୁବର୍ଣ୍ଣରେଖା ଏବଂ ଏହାର ଏକ ଶାଖା ନଦୀ ‘କରକରି’ର ନଦୀ ବାଲିରୁ ସୁନାର କଣିକା ମିଳିଥାଏ। କିଛି ଲୋକ କୁହନ୍ତି, ସୁବର୍ଣ୍ଣରେଖାରେ ସୁନାର କଣିକା, କରକରି ନଦୀରୁ ହିଁ ବହିଯାଇଥାଏ। କରକରି ନଦୀର ଲମ୍ବା ମାତ୍ର ୩୭ କିଲୋମିଟର। ଝାଡ଼ଖଣ୍ଡର ତମାଡ଼ ଏବଂ ସାରଣ୍ଡା ଭଳି ଜାଗାରେ ସ୍ଥାନୀୟ ଆଦିବାସୀମାନେ ନଦୀ ପାଣିରୁ ବାଲି ଛାଣି ସେଥିରୁ ସୁନା କଣିକା ଏକାଠି କରିଥାଆନ୍ତି। ଏହି କାମରେ ଅନେକ ପରିବାରର ପିଢ଼ି ପରେ ପିଢ଼ି ଲୋକେ ଲାଗିରହିଥାଆନ୍ତି। ଘରର ପୁରୁଷ, ମହିଳା ଏପରିକି ଛୋଟ ପିଲା, ସମସ୍ତଙ୍କର ଏହା ରୁଟିନ୍‌ କାମ ଅଟେ। କିଛି ପରିବାର ଦିନସାରା ସୁନା କଣିକା ବାହାର କରିବାରେ ଲାଗିଥାଆନ୍ତି। ତେବେ ଜଣେ ବ୍ୟକ୍ତି ଦିନସାରା ଏଥିରେ ଲାଗିବା ପରେ ମାତ୍ର ଗୋଟିଏ କିମ୍ବା ଦୁଇଟି କଣିକା ବାହାର କରିପାରିଥାଏ।

su6

ଏହାସହ ପଢ଼ନ୍ତୁ: ମେଘାଳୟର ‘ହ୍ଵିସିଲ୍‌ ଭିଲେଜ୍‌’, ଯେଉଁଠି ସିଟି ମାରି ଜଣେ ଆଉ ଜଣଙ୍କୁ ଡାକିଥାଏ

ନଦୀରୁ ସୁନା ଛାଣିବା ପାଇଁ ବହୁତ ଧୌର୍ଯ୍ୟ ଏବଂ କଠିନ ପରିଶ୍ରମ ଦରକାର। ଜଣେ ବ୍ୟକ୍ତି ମାସକୁ ୬୦ରୁ ୮୦ଟି ସୁନା କଣିକା ବାହାର କରିପାରିଥାଏ। କେବେ କେବେ ଏହି ସଂଖ୍ୟା ୩୦ରୁ ବି କମ୍‌ ହୋଇଯାଏ। ଏହି କଣିକା ଚାଉଳ କିମ୍ବା ଏହାଠାରୁ ସାମାନ୍ୟ ବଡ଼ ହୋଇଥାଏ। ଏହା ବର୍ଷ ବର୍ଷ ଧରି ଚାଲିଥାଏ। କେବଳ ବନ୍ୟା ସମୟରେ ଦୁଇମାସ କାମ ବନ୍ଦ ରହିଥାଏ।

ଏହାସହ ପଢ଼ନ୍ତୁ: ଏ ହେଉଛି ଦୁନିଆର ସବୁଠାରୁ ଦୁର୍ଗମ ହୋଟେଲ, ଯେଉଁଠି ୬୦ ହଜାର ପାହାଚ ଚଢ଼ି ପାହାଡ଼ ଉପରକୁ ଯିବାକୁ ପଡ଼େ

ସୁନା ବାହାର କରୁଥିବା ଲୋକଙ୍କୁ ଗୋଟିଏ କଣିକା ବଦଳରେ ୮୦ରୁ ୧୦୦ ଟଙ୍କା ମିଳିଥାଏ। ଜଣେ ବ୍ୟକ୍ତି ଏହାଦ୍ୱାରା ମାସକୁ ୮ ହଜାର ଟଙ୍କା କମାଇଥାଏ। କିନ୍ତୁ ବଜାରରେ ଗୋଟିଏ କଣିକାର ମୂଲ୍ୟ ପାଖାପାଖି ୩୦୦ ଟଙ୍କା କିମ୍ବା ଏହାଠାରୁ ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.