Below header

ସେ ୬୦ ରାଣୀର ରାଜା, ଖାଆନ୍ତି ମିଆଁମାରରେ ଶୁଅନ୍ତି ଭାରତରେ

ଆଜିକା ଦିନରେ ଗୋଟେ ଗଲଫ୍ରେଣ୍ଡ୍ ସମ୍ଭାଳିବା କେତେଯେ କଷ୍ଟ ସେଇଟା କେବଳ ପ୍ରେମିକ ଭାଇ ମାନଙ୍କୁ ହିଁ ଜଣା । ଆଉ ଘରଣୀଙ୍କ କଥାତ ନ କହିଲେ ଆହୁରି ଭଲ । କାହିଁକି ନା ଘରକୁ ଟିକେ ବିଳମ୍ବରେ ଫେରିଲା ମାନେ ଝଗଡ଼ା ହୋଇଥାଏ। ଉଦାହରଣ, ଏଯାଏଁ କୋଉଠି ଥିଲ, ପରିବା କାହିଁକି ଆଣିନ, ଆଜି ମୋ ଫୋନରେ ରିଚାର୍ଜ ହେଇନି …ଏମିତି ଅନେକ । ହେଲେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ବର୍ଣ୍ଣନା କରୁଛୁ ଯାହାଙ୍କର ଦୁଇଟି କି ତିନୋଟି ନୁହେଁ ଏକା ଥରକେ ଷାଠିଏ ସ୍ତ୍ରୀ ରହିଛନ୍ତି । ଯେଉଁଠି ଗୋଟେ ସ୍ତ୍ରୀ ସମ୍ଭାଳିବା ଏତେ କଷ୍ଟ ସେଇଠି ଷାଠିଏ ସ୍ତ୍ରୀଙ୍କ ସହ ଏକାଠି ରହୁଛନ୍ତି ରାଜା ଆପଣ ଭାବୁଥିବେ। ଏବେ ଆସନ୍ତୁ ଜାଣିବା କିଏ ଏ ବ୍ୟକ୍ତି ଜଣଙ୍କ ।

mymar 1

ସେ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି। ସେ ହେଉଛନ୍ତି କୋନାୟକ ଜନଜାତିର ରାଜା ଅନଗ୍ ନାଗୋୱାଙ୍ଗ୍। ତାଙ୍କ ଅନ୍ତର୍ଗତ ୭୫ ଟି ଗାଁ ରହିଛି। ଏହି ସ୍ଥାନ ଟି ଭାରତ ଓ ମିଆଁମାର ମଝିରେ ଅବସ୍ଥିତ। ଆଶ୍ଚର୍ଯ୍ଯର କଥା ଏହି ଗାଁର ଅଧା ଭାରତ ଓ ଅଧା ମିଆଁମାରରେ ଥିବାରୁ ଏଠାରେ ବାସ କରୁଥିବା ଲୋକ ମିଆଁମାରରେ ଖାଇଥାନ୍ତି ଏବଂ ଶୋଇଥାନ୍ତି ଭାରତରେ। ରାଜା ଅନଗ୍ ନାଗୋୱାଙ୍ଗଙ୍କ ପୁତ୍ର ମିଆଁମାରର ସେନାରେ କାମ କରନ୍ତି।

ଏହି ଗାଁ ଭାରତ ଓ ମିଆଁମାର ମଧ୍ୟରେ ରହିଥିବାରୁ ଏମାନଙ୍କ ନାଗରିକତା ଏକାଠି ମିଶିକି ରହିଛି । ଏମାନଙ୍କ ନିତିନିୟମ ଅଲଗା ହୋଇଥାଏ। ଏଠାରେ ବାସ କରୁଥିବା ଜନଜାତି ନିଜକୁ ଭଲ ଲାଗୁ ଥିବା କାମ କରିଥାନ୍ତି ଏବଂ ସୁଖ ଶାନ୍ତିରେ ଏକାଠି ରହିଥାନ୍ତି । ଆଉ ରାଜା ଅନଗ୍ ନାଗୋୱାଙ୍ଗ୍ ତାଙ୍କ ୬୦ସ୍ତ୍ରୀଙ୍କ ସହ ମଜାରେ ରହିଥାନ୍ତି । ଏମାନଙ୍କର ସମସ୍ତ କାମ ଗାଁ ରେ ବାସ କରୁଥିବା ଲୋକ ମାନେ କରିଥାନ୍ତି ଓ ୬୦ସ୍ତ୍ରୀ ମିଶି ରାଜାଙ୍କର ସେବା କରିଥାନ୍ତି । ଏବଂ ରାଜାଙ୍କର ସମସ୍ତ ସର୍ତକୁ ପୂରା କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.