ଯାଜପୁର: ଶ୍ୱଶୁର ଘରେ ଜ୍ୱାଇଁକୁ କିରାସିନ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ, ଗୁରୁତର ହୋଇ କଟକ ମେଡିକାଲରେ ଚିକିତ୍ସିତ

ଯାଜପୁର(କେନ୍ୟୁଜ୍):   ଶ୍ୱଶୁର ଘରେ ଜ୍ୱାଇଁକୁ କିରାସିନ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ । ଗୁରୁତର ଜ୍ୱାଇଁ କଟକ ମେଡିକାଲରେ ଚିକିତ୍ସିତ । ଯାଜପୁର ଜିଲ୍ଲା ଧର୍ମଶାଳା କଣ୍ଟାଗଡିଆ ଗାଁରେ ଏହି ଘଟଣା ଘଟିଛି । ଜାରକା କୁମାରୀ ଗାଁର ନିତ୍ୟାନନ୍ଦ ରଣା ୯ ମାସ ତଳେ କଣ୍ଟାଗଡ଼ିଆ ଗାଁର ବୀଣାପାଣିଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହୁଥିଲା । ୪ ମାସ ହେଲା ବୀଣାପାଣି କଣ୍ଟାଗଡିଆ ସ୍ଥିତ ବାପଘରେ ରହି ଆସୁଥିଲେ । ଗତ ରବିବାର ରାତିରେ ନିତ୍ୟାନନ୍ଦଙ୍କୁ ସମ୍ପର୍କୀୟ ଦାଦା ଶ୍ୱଶୁର ଘଟଣାର ଆପୋସ ସମାଧାନ ପାଇଁ ଡାକିଥିଲେ । ନିତ୍ୟାନନ୍ଦ ପହଞ୍ଚିବା ପରେ ଶାଶୂ ବୁଲି ରଣା ଓ ପତ୍ନୀ ବୀଣାପାଣି ତାଙ୍କ ଦେହରେ କିରାସିନ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲେ ବୋଲି ନିତ୍ୟାନନ୍ଦଙ୍କ ମାଆ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ବୁଲି ଓ ବୀଣାପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.