ଯୌନ ଶୋଷଣର ଶିକାର ହୋଇଥିଲେ ମା, ସେଥିଲାଗି ତିନି ପୁଅଙ୍କୁ ଦେଲା ଏମିତି ଭୟଙ୍କର ଶାସ୍ତି

ନିଜର ତିନିଜଣ ପୁତ୍ର ସନ୍ତାନଙ୍କୁ ହତ୍ୟା କଲେ ଜଣେ ମହିଳା । ଅତି ନିର୍ଦ୍ଦୟ ଭାବେ ନିଜେ ଜନ୍ମ କରିଥିବା ପିଲାଙ୍କୁ ନିଜ ହାତରେ ମାରି ଦେଲେ । ପରେ ଅବଶ୍ୟ ଦୋଷ ସ୍ୱୀକାର ମଧ୍ୟ କରିଛନ୍ତି । ଏଥିଲାଗି ଏହି ୨୭ ବର୍ଷୀୟା ମହିଳାଙ୍କୁ କୋର୍ଟ ଦେଇଛନ୍ତି ୩୭ ବର୍ଷର କାରାଦଣ୍ଡାଦେଶ । ତେବେ ଏଇ ହତ୍ୟା ପଛର କାରଣ ଜାଣିଲେ ଆପଣ ହତଚକିତ ହୋଇଯିବେ । ସେ ମହିଳାଙ୍କୁ ଆପଣ ରାକ୍ଷସୀ ନା ଜଣେ ପାଗଳି, କିଭଳି ଆଖ୍ୟା ଦେବେ ସେ ନେଇ ସନ୍ଦେହରେ ପଡ଼ିଯିବେ । କୋର୍ଟରେ ମହିଳା ଜଣକ କହିଥିଲେ “ବଡହୋଇ ଏହି ପିଲାମାନେ ମହିଳାଙ୍କ ଯୌନ ଶୋଷଣ କରିବେ” । କେବଳ ଏହି କଥା ଭାବି ଭାବି ପିଲାମାନଙ୍କୁ ହତ୍ୟା କରିଥିଲି ।

ଆମେରିକାର ଓହିଓରେ ରହୁଥିଲେ ବ୍ରିଟାନି ରାନୀ ନାମକ ଜଣେ ମହିଳା । ସେ ରହୁଥିବା ଆପାର୍ଟମେଣ୍ଟରୁ ୨୦୧୫ ମସିହାରେ ତାଙ୍କର ତିନି ମାସର ପିଲାଟି ମୃତ ଅବସ୍ଥାରେ ମିଳିଥିଲା । ତା ପୂର୍ବରୁ ୨୦୧୪ରେ ମଧ୍ୟ ମହିଳାଙ୍କ ଅନ୍ୟ ଏକ ପୁଅ ନିୟାଲର ମୃତଦେହ ଜବତ କରାଯାଇଥିଲା । ତେବେ ଚଳିତ ବର୍ଷ ତାଙ୍କ ଚାରି ବର୍ଷର ପୁଅ ଗୋବିନଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଲଗାତର ଭାବେ ଏସବୁ ଘଟଣା ପରେ ପୋଲିସ୍‌ ତନାଘନା କରି ରାନୀଙ୍କୁ ଧରିଥିଲା । ରାନୀ ପୋଲିସ ସାମ୍ନାରେ ନିଜର ସମସ୍ତ ଦୋଷ ସ୍ୱୀକାର କରିଛନ୍ତି । ସେ ହିଁ ପିଲାମାନଙ୍କୁ ମାରିଥିବା କହିଛନ୍ତି । ହେଲେ ଏହା ପଛରେ ରହିଛି ଏକ ବଡ଼ କାରଣ । ରାନୀଙ୍କର ଡର ଥିଲା ଯେ ତାଙ୍କ ପିଲାମାନେ ବଡ ହୋଇ ମହିଳାଙ୍କ ଯୌନ ଶୋଷଣ କରିବେ । ସେଥିପାଇଁ ସେ ନିଜ ହାତରେ ନିଜ ପିଲାମାନଙ୍କୁ ମାରି ଦେଲେ ।

Related image

ଏହାସହ ପଢନ୍ତୁ ପାଳିତ କୁକୁରକୁ ବୁଲାଇବାକୁ ନେଇଥିଲେ ଗର୍ଭବତୀ ମହିଳା, ଜଙ୍ଗଲୀ କୁକୁରଙ୍କ ଆକ୍ରମଣରେ ଚାଲିଗଲା ଜୀବନ

ରାନୀ ଆହୁରି କହିଥିଲେ ଯେ କମ୍‌ ବୟସରୁ ସେ ନିଜେ ଯୌନ ଶୋଷଣର ଶିକାର ହୋଇଥିଲେ । ବିବାହ ପୂର୍ବରୁ ତାଙ୍କୁ ତାଙ୍କର ସ୍ୱାମୀ ଦୁଷ୍କର୍ମ କରିଥିଲେ । ପୋଲିସ ତଦନ୍ତରୁ ଜଣାପଡିଥିଲା ଯେ ସ୍ୱାମୀ ଜୋସେଫ ପୂର୍ବରୁ ରାନୀଙ୍କ ମାଆ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ଅନେକ ଦିନ ପର୍ଯ୍ୟନ୍ତ ସେ ରାନୀଙ୍କର ସାବତ ପିତା ହୋଇ ରହିଥିଲେ । ତେବେ ୨୦୦୮ ମସିହାରେ ସେ ନିଜଠାରୁ ୨୦ ବର୍ଷ ସାନ ରାନୀଙ୍କୁ ଜୋର ଜବରଦସ୍ତି ବାହା ହେଲେ ଏବଂ ୨୦୦୯ ମସିହାରେ ମାତ୍ର ୧୭ ବର୍ଷ ବୟସରେ ରାନି ପ୍ରଥମଥର ଗର୍ଭବତୀ ହୋଇଥିଲେ ।

Related image

ଏହି ପୂରା ଘଟଣାରେ ରାନୀଙ୍କ ସ୍ୱାମୀ ଜୋସେଫଙ୍କୁ ମଧ୍ୟ ଆଇନ୍‌ ଅନୁସାରେ ଦଣ୍ଡିତ କରାଯାଇଛି । ନାବାଳିକା ଥିବା ବେଳେ ନିଜ ପତ୍ନୀଙ୍କ ଯୌନ ଶୋଷଣ କରିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଛି । ବିଚାରପତିଙ୍କ କହିବା ଅନୁଯାୟୀ ସ୍ୱାମୀ ଯୋଶେଫ ନିଜ ପିଲାମାନଙ୍କର ଅଧିକ ଯତ୍ନ ନେଉଥିଲେ ଓ ତାଙ୍କୁ ଅଣଦେଖା କରୁଥିଲେ । ତେଣୁ ରାନୀ ଏଭଳି ଈର୍ଷାକାତର ହୋଇ ପିଲାମାନଙ୍କୁ ହତ୍ୟା କରିଛନ୍ତି ।

ପିଲାଦିନେ ରାନୀ ବିଷ ଖାଇ ଦେଇଥିଲେ ଯାହାଦ୍ୱାରା ସେ ମାନସିକ ରୂପେ ମଧ୍ୟ ଦୁର୍ବଳ ଥିଲେ । ଏହା ସହିତ ଜଣାପଡିଥିଲା ଯେ ରାନୀଙ୍କ ମୁଣ୍ଡ ଭିତରେ ଗଭୀର ଆଘାତ ଲାଗିଥିଲା । ତେବେ କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାନୀଙ୍କ ରହିବା ପାଇଁ ଜେଲ ହିଁ ଉପଯୁକ୍ତ ସ୍ଥାନ ଅଟେ । କାରଣ ତାଙ୍କର ହାବଭାବ ଠିକ୍‌ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.