ଭୁବନେଶ୍ୱରରେ ହେବ ନୂଆ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଉପଯୁକ୍ତ ଜମି ମିଳିବା ପରେ ପ୍ରକ୍ରିୟା ହେବ ଆରମ୍ଭ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱରରେ ହେବ ନୂଆ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ । ରାଜ୍ୟସଭାରେ ଉତ୍ତର ରଖିଲେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ । ଏଥିପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବା ପରେ ପ୍ରକ୍ରିୟା ଆରମ୍ଭ ହେବ । କର୍ତ୍ତୃପକ୍ଷ ତିନିଟି ସ୍ଥାନ ଚିହ୍ନଟ କରିଛନ୍ତି । ହେଲେ ଏସବୁ ସ୍ଥାନ ବିମାନ ବନ୍ଦର ପାଇଁ ଉପଯୁକ୍ତ ନୁହଁ ବୋଲି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଏବେ ଚତୁର୍ଥ ସ୍ଥାନ ପାଇଁ ଆଲୋଚନା ଚାଲିଛି । ଉପଯୁକ୍ତ ଜମି ମିଳିବା ପରେ ପ୍ରକ୍ରିୟା ଆରମ୍ଭ ହେବ । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ । ଓଡ଼ିଶାର ପ୍ରାଚୀନ ସଂସ୍କୃତି ସହ ମାଲୟେସିିଆ ଓ ଶ୍ରୀଲଙ୍କା ସହ ସଂପର୍କ ଥିବାରୁ ମଧ୍ୟ ସିଧାସଳଖ ବିମାନ ଚଳାଚଳ ପାଇଁ ସସ୍ମିତ ପାତ୍ର ଦାବି ଜଣାଇଥିଲେ । ସେହିପରି ବହୁ ସମୟରେ ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ଚଳାଚଳ ଅନିୟମିତତା ନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଏଥିପାଇଁ ବିମାନ ସେବା ପ୍ରଦାନକାରୀ କଂପାନୀ ମାନଙ୍କ ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.