ଜାଣନ୍ତୁ ସ୍ୱର୍ଗର ଅପ୍‌ସରା ଉର୍ବଶୀଙ୍କ ପୂର୍ବଜନ୍ମର କାହାଣୀ

ପ୍ରାଚୀନ କାଳରେ କଶ୍ମୀର ଦେଶରେ ଦେବବ୍ରତ ନାମକ ଜଣେ ବ୍ରାହ୍ମଣ ଥିଲେ। ତାଙ୍କର ଏକ ସୁନ୍ଦରୀ ରୂପବତୀ କନ୍ୟା ଥିଲା, ଯିଏକି ‘ମାଲିନୀ’ ନାଁରେ ପ୍ରସିଦ୍ଧ ଥିଲା। ବ୍ରାହ୍ମଣ ତାଙ୍କ କନ୍ୟାର ବିବାହ ସତ୍ୟଶୀଳ ନାମକ ଜଣେ ସୁନ୍ଦର ବୁଦ୍ଧିମାନ ବ୍ରାହ୍ମଣ ସହିତ କରାଇ ଦେଇଥିଲେ।

କିନ୍ତୁ ମାଳିନୀ କୁମାର୍ଗରେ ଚାଲି ଏଠି ସେଠି ରହିବାକୁ ଲାଗିଲେ। ତାଙ୍କ ଘରକୁ ବିଭିନ୍ନ କାମ ବାହାନାରେ ଉପପତିମାନେ ଆସୁଥିଲେ। ସବୁ ଜାତିର ଲୋକ ତାଙ୍କ ପାଖରେ ଆସି ରହୁଥିଲେ। ସେ କେବେ ବି ନିଜ ସ୍ୱାମୀଙ୍କ ଆଜ୍ଞା ପାଳନ କରୁ ନ ଥିଲେ। ସବୁବେଳେ ପର ପୁରୁଷ ସହ ରାସଲୀଳା ଚଲାଉଥିଲେ।

ଏହାସହ ପଢ଼ନ୍ତୁ: ଜାଣନ୍ତୁ ମାର୍ଗଶୀଷ ଅମବାସ୍ୟା ପୂଜାର ମହତ୍ୱ ଏବଂ ଶୁଭ ମୁହୂର୍ତ୍ତ

ଏହି ଦୋଷ ଯୋଗୁ ତାଙ୍କର ସବୁ ଅଙ୍ଗରେ କୀଟ ପଡ଼ିଗଲେ। ଏହି କୀଟଗୁଡ଼ିକ ତାଙ୍କ ନାକ, ଜିଭ ଏବଂ କାନକୁ ଛେଦନ କରିବାକୁ ଲାଗିଲେ। ଏପରି କି, ତାଙ୍କ ସ୍ତନ ଏବଂ ଆଙ୍ଗୁଠିଗୁଡ଼ିକ ସବୁ ଗଳିପଡ଼ିଲା। ସେ ପଙ୍ଗୁ ହୋଇଗଲେ। ଏହି ସବୁ କ୍ଳେଶ କାରଣରୁ ତାଙ୍କର ମୃତ୍ୟୁ ହୋଇଗଲା।

ଏହାପରେ ସୌବିର ଦେଶରେ ପଦ୍ମବନ୍ଧୁ ନାମକ ଜଣେ ବ୍ରାହ୍ମଣଙ୍କ ଘରେ ଦୁଃଖରେ ଜର୍ଜରିତ ଥିବା ଏକ ମାଈ କୁକୁର ଜନ୍ମ ନେଲା। ସେହି ସମୟରେ ତା’ ମୁଣ୍ଡରେ ପୋକ ପଡ଼ିଗଲା। ଏପରି କି, ତା’ ଯୌନାଙ୍ଗ ବି ପୋକ ସାଲୁବାଲୁ ହୋଇଗଲା। ଏହିପରି ୩୦ ବର୍ଷ ବିତିଗଲା।

urvasi3

ଗୋଟିଏ ଦିନ ପଦ୍ମବନ୍ଧୁଙ୍କ ପୁତ୍ର ଗଙ୍ଗାରେ ସ୍ନାନ କରି ପବିତ୍ର ହୋଇ ଓଦା ବସ୍ତ୍ରରେ ଘରକୁ ଆସିଲେ। ସେ ତୁଳସୀ ବେଦୀ ପାଖକୁ ଯାଇ ନିଜ ଗୋଡ଼ ଧୋଇଲେ। ଦେବ ଯୋଗରେ ସେହି ମାଈ କୁକୁରଟି ବେଦୀ ତଳେ ଶୋଇଥିଲା। ଏହା ସୂର୍ଯ୍ୟୋଦୟ ପୂର୍ବର ସମୟ ଥିଲା। ବ୍ରାହ୍ମଣ କୁମାରଙ୍କ ନିର୍ଦ୍ଦେଶରେ ସେ ସ୍ନାନ କରିବାକୁ ଗଲା ଏବଂ ସଙ୍ଗେ ସଙ୍ଗେ ତା’ର ସମସ୍ତ ପାପ ନଷ୍ଟ ହୋଇଗଲା। ମାଈ କୁକୁରକୁ ତା’ ପୂର୍ବ ଜନ୍ମର ସମସ୍ତ କୁକର୍ମର ପୂର୍ଣ୍ଣ ବୃତ୍ତାନ୍ତ ମନେ ପଡ଼ିଗଲା। ଆଉ ସେ ଏହାର କାହାଣୀ ବ୍ରାହ୍ମଣ କୁମାରଙ୍କୁ ଶୁଣାଇଥିଲା।

ଏହାସହ ପଢ଼ନ୍ତୁ: ସଂସାରରେ ବଢ଼ି ବଢ଼ି ଚାଲିଛି ଅଧର୍ମ, କଳିଯୁଗରେ ଲୋକମାନଙ୍କ ଉପରେ କ’ଣ ରହିଛି କାଳର ପ୍ରଭାବ, ଜାଣିବାକୁ ପଢ଼ନ୍ତୁ

ଏହା ଶୁଣି ମାଈ କୁକୁରଟି କହିଥିଲା, ‘ଦୀନବତ୍ସଳ! ମୁଁ ଆପଣଙ୍କ ଦୁଆରେ ରହୁଥିବା କୁକୁର। ମୋ ପ୍ରତି ଦୟା କରନ୍ତୁ। ଦ୍ୱିଜେନ୍ଦ୍ରରେ ଆପଣଙ୍କୁ ନମସ୍କାର କରୁଛି’। ସେତେବେଳେ ବ୍ରାହ୍ମଣ କୁମାର କହିଥିଲେ, ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କ ସହ ଅପରାଧ କରେ, ସେହି ସ୍ତ୍ରୀ ଶତାଧିକ ଥର ତିଯ୍ୟର୍ଗ୍ୟୋନିରେ ଏବଂ ଶତକୋଟି ଥର କୀଟର ଯୌନାଙ୍ଗରେ ଜନ୍ମ ନେଇଥାଏ।

କୁକୁରର ବିନତି ଶୁଣି ବ୍ରାହ୍ମଣ କୁମାରଙ୍କ ବାପା ପଦ୍ମବନ୍ଧୁ ସଂକଳ୍ପ କରି କହିଥିଲେ, ‘କୁକୁର! ନେ, ମୁଁ ଦ୍ୱାଦଶୀର ପୁଣ୍ୟ ତୋତେ ଦେଇଦେଲି’। ବ୍ରାହ୍ମଣ ଏତିକି କହିବା ପରେ ମାଈ କୁକୁରଟି ନିଜର ପ୍ରାଚୀନ ଶରୀରକୁ ତ୍ୟାଗ କରି ଦିବ୍ୟଦେହ ଧାରଣ କଲା। ଏହାପରେ ସେ ଦଶ ଦିଗକୁ ପ୍ରକାଶିତ କରି ବ୍ରାହ୍ମଣଙ୍କ ଆଜ୍ଞାରେ ସ୍ୱର୍ଗଲୋକ ଚାଲିଗଲା। ସେଠାରେ ମହାନ୍‌ ସୁଖ ଉପଭୋଗ କରି ସେହି କୁକୁର ପୃଥିବୀ ଉପରେ ଭଗବାନ ନର-ନାରାୟଣଙ୍କ ଅଂଶରେ ‘ଉର୍ବଶୀ’ ନାଁରେ ପ୍ରକଟ ହେଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.