ଜାଣନ୍ତୁ ମାର୍ଗଶୀର ଅମାବାସ୍ୟା ପୂଜାର ମହତ୍ୱ ଏବଂ ଶୁଭ ମୁହୂର୍ତ୍ତ

ମାର୍ଗଶୀର ଅମାବାସ୍ୟା ତିଥି ୨୬ ନଭେମ୍ବର। ଧାର୍ମିକ ଦୃଷ୍ଟି କୋଣରୁ ଏହି ତିଥି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଏହି ତିଥିକୁ ଅଗହନ ଏବଂ ପିତୃ ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ଏହିକାରଣରୁ ଏହି ଦିନ ପିତୃପୁରୁଷଙ୍କୁ ମଧ୍ୟ ସ୍ମରଣ କରାଯାଏ। ଏହାବ୍ୟତୀତ ମାର୍ଗଶୀର ଅମାବାସ୍ୟା ଦିନ ଗଙ୍ଗା ସ୍ନାନ ମଧ୍ୟ କରାଯାଇଥାଏ। ମାନ୍ୟତା ଅନୁଯାୟୀ ଏହି ଦିନରେ ତୀର୍ଥସ୍ଥାନ, ଜପ, ତପ ଏବଂ ବ୍ରତ କରିବାର ପୁଣ୍ୟ ଦ୍ୱାରା କରଜ ଏବଂ ପାପରୁ ମୁକ୍ତି ମିଳିଥାଏ। ଏହି ଅମାବାସ୍ୟା ସଂଯମ ଏବଂ ସାଧନା ପାଇଁ ଶ୍ରେଷ୍ଠ ହୋଇଥାଏ।

ମାର୍ଗଶୀର ଅମାବାସ୍ୟାର ମହତ୍ୱ:

ମାର୍ଗଶୀର ଅମାବାସ୍ୟାକୁ ପିତୃ ପୁରୁଷଙ୍କ ପୂଜା କରିବାର ବିଶେଷ ଦିନ ରୂପେ ପାଳନ କରାଯାଇଥାଏ। ମାନ୍ୟତା ଅନୁଯାୟୀ ଏହି ଦିନ ପୂଜା ଏବଂ ବ୍ରତ କରିବା ଦ୍ୱାରା ଆମର ପୂର୍ବ-ପୁରୁଷ ପ୍ରସନ୍ନ ହୋଇଥାନ୍ତି ଏବଂ ପିତୃ ଦୋଷ ଦୂର ହୋଇଥାଏ। ମାର୍ଗଶୀଷ ଅମାବାସ୍ୟା ବ୍ରତ କରିବା ଦ୍ୱାରା କୁଣ୍ଡଳୀ ଦୋଷ ମଧ୍ୟ ଦୂର ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ପିତୃ ଦୋଷ, ସନ୍ତାନ ହୀନ ଯୋଗ ରହିଥାଏ ତେବେ ସେହି ବ୍ୟକ୍ତିମାନେ ନିଶ୍ଚିନ୍ତ ଏହି ଅମାବାସ୍ୟା ଦିନ ଉପବାସ ରଖିବା ଉଚିତ। ମାର୍ଗଶୀର ମାସରେ ହିଁ ଭଗବାନ ଶ୍ରୀକୃଷ୍ଣ ଗୀତାର ଦିବ୍ୟ ଜ୍ଞାନ ଦେଇଥିଲେ, ଯେଉଁ କାରଣରୁ ଏହି ମାସରେ ଅମାବାସ୍ୟା ତିଥିକୁ ଅତ୍ୟଧିକ ଲାଭକାରୀ ଏବଂ ପୁଣ୍ୟ ଫଳଦାୟୀ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।

amavasya

ଏହାସହ ପଢନ୍ତୁ: ଶାସ୍ତ୍ରାନୁସାରେ ଏହିସବୁ ଗଛର କାଠରେ ଭଗବାନଙ୍କ ମୂର୍ତ୍ତି ତିଆରି କରିବାକୁ କରାଯାଇଛି ବାରଣ

ମାର୍ଗଶୀର ଅମବାସ୍ୟାର ଶୁଭ ମୁହୂର୍ତ୍ତ:

ନଭେମ୍ବର ୨୫, ୨୦୧୯ ଦିନ ୧୦.୪୩ ମିନିଟ୍‌ ରୁ ଅମାବାସ୍ୟା ତିଥି ଆରମ୍ଭ ହୋଇ ନଭେମ୍ବର ୨୬, ୨୦୧୯ ଦିନ ୦୮.୩୮ ମିନିଟ୍‌ ପର୍ଯ୍ୟନ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.