Below header

ପାକିସ୍ତାନରେ ପ୍ରତି ୯ ଜଣକ ମଧ୍ୟରେ ଜଣେ ମହିଳା ହୋଇଥାନ୍ତି ଏହି ରୋଗର ଶିକାର, ବାର୍ଷିକ ମୃତ୍ୟୁହାର..

ପାକିସ୍ତାନରେ ପ୍ରତି ନଅ ଜଣକ ମଧ୍ୟରେ ଜଣେ ମହିଳା ହେଉଛନ୍ତି ସ୍ତନ କର୍କଟର ଶିକାର । ଅନ୍ୟ ଦେଶ ଗୁଡିକ ହିସାବରେ ପାକିସ୍ତାନରେ ଏହି ରୋଗପାଇଁ ଅଧିକ ମୃତ୍ୟୁ ଘଟୁଛି ଏବଂ ଏହି ମୃତ୍ୟୁ ପଛରେ ପ୍ରମୁଖ କାରଣ ହେଉଛି ଏହି ରୋଗ ପ୍ରତି ସଚେତନତା । ଯାଞ୍ଚ ଏବଂ ଚିକିତ୍ସା ପାଇଁ ସେଠାରେ ସଠିକ ସୁବିଧା ମଧ୍ୟ ନାହିଁ । ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ପକ୍ଷରୁ ଏପରି ସୂଚନା ଦିଆଯାଇଛି ।

Image result for pakistan women suffer breast cancer

 

ସୂଚନା ଅନୁଯାୟୀ ସେଠାରେ ସ୍ତନକର୍କଟର ପ୍ରମୁଖ କାରଣ ମଧ୍ୟରେ ମୋଟାପଣ, ମଦ୍ୟପାନ, ବ୍ୟାୟାମ ନକରିବା ବିଳମ୍ବରେ ଗର୍ଭଧାରଣ, ମା ନହେବା, ହର୍ମୋନରେ ପରିବର୍ତ୍ତନ, ରେଡ଼ିଏସନ ଭଳି ଅନେକ କାରଣ ରହିଛି । ଏହାଛଡା ରୋଗର ପ୍ରଥମ ଅବସ୍ଥାରୁ ଠିକ ଚିକିତ୍ସା କରାଇଲେ ଜୀବନ ବଞ୍ଚି ଯାଇପାରେ ଓ ପ୍ରତ୍ୟେକ ମହିଳାଙ୍କୁ ଏହି କଥାର ଧ୍ୟାନ ରଖିବା ଆବଶ୍ୟକ । ଏହାସହିତ ଠିକ ସମୟରେ ଚିକିତ୍ସା କରାଇଲେ ଭଲହେବାର ସମ୍ଭାବନା ୯୦ ରୁ ୯୫ ପ୍ରତିଶତ ରହିଥାଏ ।

ଏହାସହ ପଢନ୍ତୁ ଫ୍ଲାଏଓଭରରୁ ହଠାତ୍‌ ଉଡି ଆସିଲା କାର ଆଉ ତା’ ପରେ, ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଲୋମ

ସେଠାକାର ହେଲଥ ଆଣ୍ଡ ନ୍ୟୁଟ୍ରିସନଲ ସାଇନ୍ସର ଜଣେ ପ୍ରଫେସରଙ୍କ କହିବା ଅନୁଯାୟୀ ସ୍ତନ କର୍କଟ ସମ୍ବନ୍ଧିତ ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ଜାଣିବା ସହ ଏହାକୁ ନେଇ ସଚେତନତା କରାଇବାର ଆବଶ୍ୟକତା ରହିଛି । ଏକ ସର୍ଭେ ଅନୁଯାୟୀ ସେଠାରେ ବାର୍ଷିକ ୬୨୭,୦୦୦ ମହିଳା ସ୍ତନକର୍କଟରେ ମରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.