ଡିସେମ୍ବର ୧ରୁ ନୂଆ ପରିବହନ ନିୟମ କଡ଼ାକଡ଼ି, ଗାଡ଼ି କାଗଜପତ୍ର ଓ ପ୍ରମାଣପତ୍ର ହାସଲ କରିବାକୁ ପୁଣି ଆରଟିଓରେ ପ୍ରବଳ ଭିଡ଼

ଭୁବନେଶ୍ବର: ପୁଣି ଆରଟିଓ ଅଫିସକୁ ଫେରିଲା ଭିଡ଼। ଗାଡ଼ି କାଗଜପତ୍ର ଓ ପ୍ରମାଣପତ୍ର ହାସଲ କରିବାକୁ ପୁଣି ଆରଟିଓରେ ପ୍ରବଳ ଲୋକ ଭିଡ଼। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଖାଦେଇଥିଲା ନାନା ସମସ୍ୟା। ଏଥିପାଇଁ ରାଜ୍ୟ ସରକାର ନିୟମକୁ ତିନିମାସ ପାଇଁ କୋହଳ କରିଥିଲେ। ଡିସେମ୍ବର ୧ ତାରିଖରୁ ନୂଆ ପରିବହନ ନିୟମ କଡ଼ାକଡ଼ି ହେବାକୁ ଥିବା ବେଳେ ଏଥିପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼। ଭୁବନେଶ୍ୱର ଆରଟିଓ ୧ରେ ଆଜି ପ୍ରବଳି ଗହଳି ଦେଖିବାକୁ ମିଳିଛି। ତିନିମାସ ସମୟ ମିଳିଥିଲେ ମଧ୍ୟ ଲୋକମାନେ ଅବହେଳା କରିଥିବା ଏଥିରୁ ସ୍ପଷ୍ଟ ଅନୁମାନ ହୋଇଛି। ଲମ୍ବା ଧାଡ଼ିରେ ଛିଡ଼ାଥିବା ଦେଖିବାକୁ ମିଳିଛି। ସେହିପରି ଜାତୀୟ ରାଜପଥରେ ପ୍ରଦୂଷଣ ସାର୍ଟିଫିକେଟ ପ୍ରଦାନ ପାଇଁ ମଧ୍ୟ ଭିଡ଼ ଜମିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.