ବିବାହ ବାର୍ଷିକୀରେ ଭିଡିଓ ସେୟାର କଲେ ପ୍ରିୟଙ୍କା, ନିକ୍‌ଙ୍କୁ ଦେଲେ ଏଭଳି ମେସେଜ୍‌

ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ୍‌ ଜୋନସ୍‌ ରବିବାର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଗତବର୍ଷ ଡିସେମ୍ବର ୧ ଓ ୨ ତାରିଖରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୧ ତାରିଖରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିବା ବେଳେ ୨ ତାରିଖରେ ହିନ୍ଦୁ ରୀତନୀତି ଅନୁଯାୟୀ ବିବାହ ହୋଇଥିଲା। ଏହି ଅବସରରେ ସେମାନଙ୍କର କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାସହତି ଭିଡିଓ ମଧ୍ୟ ସେୟାର କରିଛନ୍ତି ପ୍ରିୟଙ୍କା। ଏହି ଭିଡିଓରେ ପ୍ରିୟଙ୍କା ଏବଂ ନିକ୍‌ ପରସ୍ପର ହାତ ଧରାଧରି ହୋଇଥିବା ନଜର ଆସିଛନ୍ତି। ପ୍ରିୟଙ୍କା ଏକ କ୍ୟାପସନ ଲେଖିଛନ୍ତି, ‘ମେରା ବାଦା…ତବ, ଆଜ ଔର ହମେଶା…ଆପ୍‌ ମୁଝେ ଏକ ହି ପଲ୍‌ ମେଁ ଖୁସି, ଏକ୍ସସାଇଟମେଣ୍ଟ… ମୁଝେଁ ଧୁଣ୍ଡନେ କେ ଲିଏ ଧନ୍ୟବାଦ’… ବିବାହର ପ୍ରଥମ ବାର୍ଷିକୀ ପାଇଁ ଶୁଭକାମନା’ ।


ଗତବର୍ଷ ଡିସେମ୍ବର ୧ରେ ଏହି ଯୋଡି ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ବିବାହ କରିଥିଲେ। ଏହାପରେ ତାଙ୍କ ଓ୍ବେଡିଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପ୍ରଥମ ବିବାହ ବାର୍ଷିକୀ ଥିବା ବେଳେ ନିକ୍‌ ଏକ ସରପ୍ରାଇଜ୍‌ ପାର୍ଟି ପ୍ରିୟଙ୍କାଙ୍କ ପାଇଁ ରଖିଥିଲେ ବୋଲି ପୂର୍ବରୁ ଆଲୋଚନା ହେଉଥିଲା। ହେଲେ କେହି ଏହାକୁ ଖୋଲି କହୁ ନ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.