ଚନ୍ଦ୍ରଭାଗା ବେଳାଭୂମିରେ ଦେଶର ପାରମ୍ପରିକ ଖେଳ କୁଦକୁ ଚମତ୍କାର ଭାବେ ନିଜ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ କଲେ ଶିଳ୍ପୀ
ଗୋପା(କେନ୍ୟୁଜ୍): ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଦଶମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ଆଜି ଚତୁର୍ଥ ଦିନ । ଆମ ଦେଶର ପାରମ୍ପରିକ ଖେଳ କୁଦକୁ ଅତ୍ୟନ୍ତ ଚମତ୍କାର ଭାବେ ନିଜ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି ଶିଳ୍ପୀ । ବିଶେଷ କରି ବାଲୁକା କଳା ମାଧ୍ୟମରେ ୨୦୨୩ରେ ରାଜ୍ୟରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପର ସଫଳତା କାମନା କରିଛନ୍ତି ଶିଳ୍ପୀ। ଏହି ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ଦେଶ ବିଦେଶର ପ୍ରାୟ ୧୨୩ ଜଣ ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି।