ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜଟଣୀ ବିଇଓ ଅଫିସ୍‌ ସରପ୍ରାଇଜ୍‌ ଭିଜିଟ୍‌ ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ। ଆଜି ଅଚାନକ କିଛି ସ୍କୁଲ ଗସ୍ତ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଜଟଣୀ ବିଇଓ ଅଫିସ୍‌ ଓ ଯାଆଁଳା ନୋଡାଲ ଅଫିସକୁ ଅଚାନକ ପରିଦର୍ଶନ କରିଥିଲେ । ଏତିକିବେଳେ ମନ୍ତ୍ରୀଙ୍କ ନଜରକୁ ଆସିଥିଲା ଅନେକ ବ୍ୟତିକ୍ରମ । ଷଷ୍ଠ ପିଲାଙ୍କୁ ପଣକିଆ ଆସୁନାହିଁ । ଚତୁର୍ଥ ପିଲା ଓଡ଼ିଆ ଲେଖି ପାରୁନାହାନ୍ତି ।

ଏହି ସରପ୍ରାଇଜ୍‌ ଭିଜିଟ୍‌ ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ । ସେହିଭଳି ଅନ୍ୟ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଦ୍ଦେର୍ଶ ଦେଇଛନ୍ତି । ସ୍କୁଲ ପିଲାଙ୍କ ଜ୍ଞାନ ପରୀକ୍ଷା କରିବା ସହ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ । ପିଲା ବହି ପଢ଼ିବା ଶୈଳୀ ଓ ଓଡ଼ିଆ ଉଚ୍ଚାରଣକୁ ନେଇ ମନ୍ତ୍ରୀ ଉଦବେଗ ପ୍ରକାଶ  କରିଥିଲେ ।

ଷଷ୍ଠ ଶ୍ରେଣୀର ଛାତ୍ରଛତ୍ରୀ ଦଶ ଯାଏ ପଣକିଆ ଡାକିପାରୁନଥିବା ବେଳେ ଚତୁର୍ଥ ଶ୍ରେଣୀ ପିଲା ଓଡ଼ିଆ ଉଚ୍ଚାରଣ କରିପାରିନଥିଲେ । ପିଲାଙ୍କ ଉପସ୍ଥାନ ମଧ୍ୟ ତଦାରଖ କରିଥିଲେ ମନ୍ତ୍ରୀ । କିଛି ଅଧିକାରୀ ଓ ଶିକ୍ଷକ ଜାଲ ଦସ୍ତଖତ କରିଥିବା ଦେଖିବାକୁ ପାଇଥିଲେ ସମୀର ଦାସ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.