Below header

ଯାଜପୁର: ୩୦ ଘଣ୍ଟା ବନ୍ଦୀ ରହିବା ପରେ ଗେଷ୍ଟ ହାଉସରୁ ବାହାରକୁ ବାହାରିଲେ ମେସ୍କୋ ଗ୍ରୁପ ସିଏମ୍‌ଡି ରୀତା ସିଂ

ଯାଜପୁର(କେନ୍ୟୁଜ୍): ମୁକୁଳିଲେ ମହିଳା ଶିଳ୍ପପତି। ୩୦ ଘଣ୍ଟା ବନ୍ଦୀ ରହିବା ପରେ ଗେଷ୍ଟ ହାଉସରୁ ବାହାରକୁ ବାହାରିଲେ ମେସ୍କୋ ଗ୍ରୁପ ସିଏମ୍‌ଡି ରୀତା ସିଂ। ତାଙ୍କୁ ଗେଷ୍ଟ ହାଉସରୁ ବାହାରକୁ ଆଣିଲା ପୋଲିସ। ଯାଜପୁର ଜିଲ୍ଲା କଳିଙ୍ଗନଗରର ମଇଥାନ ଇସ୍ପାତ କାରଖାନାରେ ତେଜିଛି ଶ୍ରମିକ ଆନ୍ଦୋଳନ। ପ୍ଲାଣ୍ଟ ନିକଟରେ ଥିବା ମାଲିକାଣୀଙ୍କ ହୋଟେଲ ଆଗରେ ଆନ୍ଦୋଳନ ଚଳାଇଥିଲେ ଶ୍ରମିକ । ଏଥିସହ ମାଲିକାଣୀଙ୍କ ମାଆ ତଥା ମେସ୍କୋ ଗ୍ରୁପ ସିଏମଡି ରୀତା ସିଂଙ୍କୁ ଆନ୍ଦୋଳନକାରୀ ଘେରାଉ କରି ରଖିଥିବାରୁ ସେ ୩୦ ଘଣ୍ଟାରୁ ଅଧିକ ସମୟ ହେବ ହୋଟେଲରୁ ବାହାରକୁ ଆସିପାରୁନଥିଲେ। ପୋଲିସ ସେଠାରୁ ତାଙ୍କୁ ଉଦ୍ଧାର କରିବା ସହ ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ଉଠାଇ ନେଇଛି। ଦଶ ମାସର ଦରମା ଓ ଦୁଇ ବର୍ଷର ବୋନସ ଦାବିରେ ଶ୍ରମିକମାନେ ଗତକାଲିଠୁ ଆନ୍ଦୋଳନ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.