ନିକଟରେ ଇଂଲଣ୍ଡରେ ଏକ ଅଜବ ଘଟଣା ଦେଖିବାକୁ ମିଳୁଛି । ଏଠାରେ ଲୋକମାନେ ଅନଲାଇନ କିଛି ଅର୍ଡର କଲେ ତାଙ୍କୁ ଡେ଼ଲିଭର ହେଉଛି ଅନ୍ୟ ଏକ ଜିନିଷ । ଏପରିକି ଭୁଲରେ କାହାକୁ କଣ୍ଡୋମ, କାହାକୁ ଏୟାର ଫ୍ରେସନର ଓ କାହାକୁ ବେଡ଼ସିଟ ମଧ୍ୟ ଡେ଼ଲିଭର ହୋଇଯାଉଛି ।
ସୂଚନା ଅନୁଯାୟୀ ଜେକ ଲରେନ୍ସ ନାମକ ଜଣେ ବ୍ୟକ୍ତି ନିଜ ପୁଅ ପାଇଁ ଅନଲାଇନରୁ ଭିଡିଓ ଗେମ ଅର୍ଡର କରିଥିଲେ କିନ୍ତୁ ବଦଳରେ ତାଙ୍କୁ ଏକ କଣ୍ଡୋମ ଡେ଼ଲିଭର ହୋଇଛି । ଏପରି କେବଳ ତାଙ୍କ ସହ ନୁହେଁ ବରଂ ଅନେକ ଲୋକଙ୍କ ସହ ଏପରି ହୋଇଛି ବୋଲି ସେହି ଅଂଚଳର ଲୋକେ ଅଭିଯୋଗ କରିଛନ୍ତି । ଭିକି ନାମକ ଜଣେ ବ୍ୟକ୍ତି ଗେମ କନସୋଲ ଅର୍ଡର କରିଥିଲେ କିନ୍ତୁ ବଦଳରେ ତାଙ୍କୁ ଏକ ବେଡ଼ସିଟ ଡେ଼ଲିଭର ହୋଇଛି । ଏହାସହିତ ଅନ୍ୟଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ ସେ ଆମାଜନରେ ଅଫର ଦେଖି ଏକ ସ୍ବୀଚ ଅର୍ଡର କରିଥିଲେ ଯାହାର ଦାମ ଥିଲା ୩୦୦ ୟୁରୋ କିନ୍ତୁ ବଦଳରେ ତାଙ୍କ ପାଖକୁ ଏକ ଲ୍ୟାପଟପ ଫ୍ୟାନର କୁଲର ଆସିଛି ଯାହାର ଦାମ ହେଉଛି ମାତ୍ର ୧୦ ୟୁରୋ ।
ତେବେ ଏହିସବୁ ଘଟଣାକୁ ନେଇ ଆମାଜନ କ୍ଷମାପ୍ରାର୍ଥନା ମଧ୍ୟ କରିଛି । ତାର କହିବା ଅନୁଯାୟୀ କୌଣସି ଟେକ୍ନିକାଲ ପ୍ରୋବ୍ଲେମ ଯୋଗୁଁ ଏହିସବୁ ଗଡବଡ ହୋଇଛି ଓ ଅତିଶୀଘ୍ର ସେ ଏହାର ଭରଣା ମଧ୍ୟ କରିବ ।