ଆସନ୍ତା କାଲି ରିଲିଜ୍ ହେବ ଫିଲ୍ମ ‘ଛପାକ୍’ର ଟ୍ରେଲର, ସୋସିଆଲ ମିଡିଆରେ ପ୍ରଥମ ଝଲକ୍ ସେୟାର କଲେ ଦୀପିକା

ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ’ ଜଣେ ଏସିଡ୍ ପୀଡିତାଙ୍କ ସତ୍ଯ କାହାଣୀ ଉପରେ ଆଧାରିତ, ଯାହା ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚା ହୋଇସାରିଛି। ଦର୍ଶକଙ୍କୁ ଫିଲ୍ମର ଟ୍ରେଲର ‘ୱାଲ୍ଡ ହ୍ଯୁମାନ ରାଇଟସ୍ ଡେ’ ଅର୍ଥାତ ଆସନ୍ତା କାଲି ରିଲିଜ୍ ହେବ। ଫିଳ୍ମର କାହାଣୀ ଜଣେ ଏସିଡ୍ ପୀଡିତାଙ୍କ ଜୀବନି ଏବଂ ଅସ୍ଥିତ୍ବ ଉପରେ ଆଧାରିତ। ଏହି ପିଳ୍ମର ଗୋଟିଏ ଝଲକ ନିର୍ଦେଶକ ମେଘନା ଗୁଲଜାର ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

chapakଏହି ଭିଡିଓରେ ଦୀପିକା ପାଦୁକୋନ ଅନ୍ଯ ଦୁଇଟି ଫଟୋ ସେୟାର କରିଛନ୍ତି, ଯାହା ସମ୍ପୂର୍ଣ୍ଣ କଳା। ଦୀପିକା ଏହି ଫଟୋ ସେୟାର କରି କ୍ଯାପସନରେ ଳେଖିଛନ୍ତି, ‘ସମୟ ସବୁ କିଛି ନେଇସାରିଛି…. କାଲି ଟ୍ରେଲର ରିଲିଜ୍ ହେବ। ସମୟ ବାହାର କରି ନିଶ୍ଚୟ ଦେଖିବେ।’
ମେଘନା ଗୁଲଜାର ଫିଲ୍ମରେ ନିଜର ବୋଲ୍ଡ ବିକଳ୍ପ ପାଇଁ ଜଣାଶୁଣା। କେବଳ ଏତିକି ନୁହେଁ ପ୍ରକ୍ତ ପଞ୍ଚ ସହ ପ୍ରଭାବଶାଳୀ କନ୍ସେପ୍ଟ ଉପସ୍ଥାପନ କରିବାରେ କେବେ ବି ନିରାଶ କରି ନଥାନ୍ତି। ଦୀପିକା ପାଦୁକୋନଙ୍କ ଅଭିନୀତ ଆଗାମୀ ଫିଲ୍ମ ’ଛପାକ’ ଏହାର ଜୀବନ୍ତ ଉଦାହରଣ। ମେଘନା ଗୁଳଜାରଙ୍କ ପାଇଁ ଏହା ପ୍ରଥମ ପ୍ରଭାବଶାଳୀ କନ୍ସେପ୍ଟ ନୁହେଁ ବରଂ ଏହା ପୂର୍ବରୁ ସେ ୨୦୧୫ ମସିହାରେ ‘ତଲୱାର’ ଏବଂ ‘ରାଜୀ’ ସହ ଦର୍ଶକଙ୍କ ମନରୋଞ୍ଜନ କରିଥିଲେ।

chhpak

ଏହାସହ ପଢନ୍ତୁ: ହିରୋଇନ୍‌ ହେବା ପୂର୍ବରୁ ଏହି କାମ କରୁଥିଲେ କିଆରା ଆଡ୍‌ଭାନୀ, ସକାଳ ୭ଟାରେ ପହଞ୍ଚିଯାଉଥିଲେ କାମରେ

ସୂଚନା ମୁତାବକ ଏସିଡ୍ ଆକ୍ରମଣ ସର୍ଭାଇଭରଙ୍କ ଜୀବନ ଉପରେ ଆଧାରିତ ଫିଳ୍ମ ‘ଛପାକ’ ପୀଡିତାଙ୍କ ବିଶ୍ବାସକୁ ଶିକ୍ଷା ରୂପରେ ନେବା ପାଇଁ ପ୍ରେରିତ କରିଥାଏ ଏବଂ ଏଥିସହ ସେହି ଲୋକମାନଙ୍କ ପାଇଁ ପ୍ରେରଣାର ସ୍ରୋତ, ଯେଉଁମାନେ ଏଭଳି ସ୍ଥିତିର ସାମ୍ନା କରିଛନ୍ତି। ରିପୋର୍ଟ ଅନୁଯାୟୀ ଫିଲ୍ମ ‘ଛପାକ’ ଆସନ୍ତା ବର୍ଷ ୧୦ ଜାନୁଆରୀ ୨୦୨୦ରେ ସିନେମା ଘରେ ରିଲିଜ୍ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.