ପୁଣିଥରେ ବେବି ବମ୍ପ୍‌ ସହ ସୋସିଆଲ ମିଡିଆରେ ନଜର ଆସିଲେ କଲ୍‌କି କୋଚଲିନ୍‌

ଫିଲ୍ମ ଅଭିନେତ୍ରୀ କଲ୍‌କି କୋଚଲିନ୍‌ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ପୁଣିଥରେ ସେ ନିଜ ବେବି ବମ୍ପ୍‌ ସହ ସୁନ୍ଦର ଫଟୋଶୁଟ୍‌ କରାଇଛନ୍ତି। କଲ୍‌କି ନିଜ ବୟଫ୍ରେଣ୍ଡ ଇସ୍ରାଏଲି ପିୟାନୋ ପ୍ଲେୟାର ଗେ ହର୍ଶବର୍ଗଙ୍କ ପ୍ରଥମ ପିଲାର ମା’ ହେବାକୁ ଯାଉଛନ୍ତି। ଅକ୍ଟୋବର ମାସରେ ସେ ପ୍ରଥମ ଥର ବେବି ବମ୍ପ୍‌ ସହ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ।

kal6

କଲ୍‌କି ଏହି ଶୁଟ୍‌ର କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଖୁବ୍‌ ସୁନ୍ଦର ଏବଂ ଗ୍ରେସ୍‌ଫୁଲ ଦେଖିବାକୁ ମିଳୁଛି।
ସେ ଅଫ୍‌ ହ୍ଵାଇଟ୍‌ କଲର୍‌ର ସୁନ୍ଦର ଡ୍ରେସ୍‌ କ୍ୟାରି କରିଛନ୍ତି, ଯେଉଁଥିରେ ତାଙ୍କର ଚାର୍ମ ନଜର ଆସୁଛି। ତାଙ୍କ ଷ୍ଟାଇଲ୍‌ ସେନ୍ସ ଖୁବ୍‌ ଆକର୍ଷଣୀୟ ରହିଛି। ପ୍ରେଗନାନ୍ସି ସମୟରେ ମଧ୍ୟ କଲ୍‌କିଙ୍କର ପ୍ରତ୍ୟେକ ଷ୍ଟାଇଲ୍‌ ବଢ଼ିଆ ରହିଛି।

kal67

ସେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘ଏହା ମୋ କାମ ଯେ ମୁଁ ନିଜର ପ୍ରତିନିଧିତ୍ୱ କରେ ଏବଂ ମୋ ପାଇଁ ମୋ କାମ କୁହନ୍ତୁ’। ପ୍ରଥମରୁ କଲ୍‌କି କହିଛନ୍ତି, ‘ସେ ଓ୍ଵାଟର ବାର୍ଥ ଟେକ୍ନୋଲୋଜି ମାଧ୍ୟମରେ ମା’ ହେବେ’। ସେ ଏହି ଫଟୋଶୁଟ୍‌ ଏକ ମାଗାଜିନ୍‌ର କଭର୍‌ ପେଜ୍‌ ପାଇଁ କରିଛନ୍ତି। ଗତ ସେପ୍ଟମ୍ବର ମାସରେ ୩୫ ବର୍ଷୀୟା କଲ୍‌କି ସୋସିଆଲ ମିଡିଆରେ ଗେ ହର୍ଶବର୍ଗଙ୍କ ସହ ନିଜର ସମ୍ବନ୍ଧ ବିଷୟରେ ଖୋଲିକି କହିଥିଲେ। ପରେ ପରେ ସେ ତାଙ୍କ ପ୍ରଥମ ପିଲାର ମା’ ହେବାକୁ ଯାଉଥିବା ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.