କୋରାପୁଟ : କୋରାପୁଟ ଜିଲ୍ଲାରେ ୧୪ ନକଲି ଶିକ୍ଷକ ଚିହ୍ନଟ । ଦଶମନ୍ତପୁର ବ୍ଲକରେ ୨ ନକଲି ଶିକ୍ଷକ ଠାବ ହୋଇଛନ୍ତି । ସେମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏତଲା ଦିଆଯାଇଛି । ଦୁଇ ଶିକ୍ଷକ ହେଲେ ଗିର୍ଲିପୁଟ ସ୍କୁଲର କୁମାର ଛେତି ଓ ରତବନ୍ଧ ସ୍କୁଲର ନରେଶ ଶୁବୁଦ୍ଧି । ଦୁଇ ଶିକ୍ଷକ ଗିରଫ ଭୟରେ ସ୍କୁଲରେ ଅନୁପସ୍ଥିତ ଅଛନ୍ତି । ପ୍ରମାଣପତ୍ର ଯାଞ୍ଚ ବେଳେ ୧୪ ଶିକ୍ଷକଙ୍କ ନଥିପତ୍ର ଜାଲ ଥିବା ଜଣାପଡିଥିଲା ।