କୋରାପୁଟ ସେମିଳିଗୁଡାରେ ଅଭାବନୀୟ ଘଟଣା, ସ୍ତ୍ରୀ ଛାଡପତ୍ର ନୋଟିସ ଦେଇଥିବାରୁ ମାନସିକ ଭାରସାମ୍ୟ ହରାଇ ସ୍ୱାମୀଙ୍କ ଆତ୍ମହତ୍ୟା

କୋରାପୁଟ : ପତ୍ନୀ ରହୁଥବା ଘର ଦାଣ୍ଡରେ ପଡି ରହିଛି ସ୍ୱାମୀଙ୍କ ମୃତଦେହ। ସ୍ତ୍ରୀ ଛାଡପତ୍ର ନୋଟିସ ଦେଇଥିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ସେମିଳିଗୁଡ଼ାର ବାଦଲ ବେହେରା। କୋରାପୁଟ ଜିଲ୍ଲା ସେମିଳିଗୁଡାରେ ଏହି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ସାତ ପୃଷ୍ଠାର ସୁଇସାଇଡ୍‌ ନୋଟ ଲେଖିଥିଲେ ବାଦଲ। ସ୍ତ୍ରୀ ଓ ଶଶୁର ଘର ଲୋକଙ୍କ ନିର୍ଯାତନା କଥା ଲେଖିଥିଲେ। ଏହାସହ ଉଲ୍ଲେଖ କରିଥିଲେ, ମୃତଦେହକୁ ସ୍ତ୍ରୀ ନ ଦେଖିବା ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ସଂସ୍କାର କରାନଯାଉ। ତେଣୁ ବାଦଲଙ୍କ ସାଙ୍ଗସାଥୀ ମୃତଦେହକୁ ନେଇ ବାଦଲଙ୍କ ସ୍ତ୍ରୀ ରହୁଥିବା ଘର ଆଗରେ ରଖିଛନ୍ତି। ବାଦଲ ପ୍ରେମ ବିବାହ କରିଥିଲେ। ଉଚ୍ଚ ଜାତିର ହୋଇଥିବାରୁ ଝିଅର ପରିବାର ଲୋକ ବିବାହକୁ ଗ୍ରହଣ କରି ନଥିଲେ। କିନ୍ତୁ କିଛି ଦିନ ପରେ ବାଦଲ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଏହାପରେ ବାଦଲଙ୍କୁ ଛାଡି ପଳାଇଥିଲେ ତାଙ୍କ ସ୍ତ୍ରୀ। ଛାଡପତ୍ର ନୋଟିସ ଆସିବା ପରେ ଗତକାଲି ଘରେ ଆତ୍ମହତ୍ୟା କରିଥିଲେ ବାଦଲ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.