ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ରେ ନକଲି ସାର୍ଟିଫିକେଟ୍‌ ଧରପଗଡ଼, କାର୍ଯ୍ୟରତ ୮ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାଁରେ ଅଭିଯୋଗ

ଗଞ୍ଜାମ ଜିଲ୍ଲାରେ ନକଲି ସାର୍ଟିଫିକେଟ୍‌ଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧରପଗଡ଼ । କାହା ନାଁରେ ଏତଲା ଦିଆଯାଇଛି ତ ଆଉ କିଏ ନିଜ ଆଡୁ ଇସ୍ତଫା ପତ୍ର ଦେଇ ଫେରାର । ସୋରଡ଼ା ବ୍ଲକ୍‌ର ୨୩୧ଟି ବିଦ୍ୟାଳୟରେ ୭୬୪ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୮ଜଣ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି । ଘଟଣାରେ ସୋରଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ବଡ଼ଗଡ଼ ହରିଜନ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ସାହୁ ଜାଲ୍‌ ମାର୍କସିଟ୍‌ ଦେଇ ଚାକିରି ହାତେଇଥିବା ଜଣାପଡ଼ିଛି । ଶିକ୍ଷୟିତ୍ରୀ ଜଣକ ମାଟ୍ରିକରେ ଦ୍ୱିତୀୟ ଶ୍ରେଣୀରେ ପାଶ୍‌ କରିଥିବା ବେଳେ ପ୍ରଥମଶ୍ରେଣୀ ସାର୍ଟିଫିକେଟ୍‌ ଦେଇଛନ୍ତି । ୨୦୧୨ ମସିହାରୁ ସେ ଏହି ସ୍କୁଲରେ ଚାକିରି କରିବା ସହ ଦରମା ପାଉଥିଲେ । ଗତ ୨ ତାରିଖରେ ସେ ପ୍ରଧାନ ଶିକ୍ଷକଙ୍କୁ ଭେଟି ପାରିବାରିକ ଅଶାନ୍ତି ଥିବା କହି ଇସ୍ତଫା ପତ୍ର ଦେଇ କେଉଁଆଡ଼େ ଚାଲିଯାଇଛନ୍ତି । ପରେ ସୋରଡ଼ା ବିଇଓ ସାର୍ଟିଫିକେଟ୍‌ ଯାଞ୍ଚକରି ନକଲି ବୋଲି ଜାଣିବା ପରେ ସେହି ଆଧାରରେ ରିପୋର୍ଟ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.