ଜାରକା ଇନରହୁଇଲ କ୍ଲବର ସପ୍ତମ ଅଧିଷ୍ଠାନ ଉତ୍ସବ

ଯାଜପୁର(କେନ୍ୟୁଜ): ସପ୍ତମ ବର୍ଷରେ ପଦାର୍ପଣ କଲା ଯାଜପୁର ଜିଲ୍ଲାର ଜାରକା ଇନରହୁଇଲ କ୍ଲବ। ଏହି ସମୟ ମଧ୍ୟରେ କ୍ଲବ ପକ୍ଷରୁ ନିଆଯାଇଛି ଅନେକ ସେବାମୂଳକ ପଦକ୍ଷେପ। ଯେଉଁଥିପାଇଁ ଏହି କ୍ଲବକୁ ରାଜ୍ୟ ତଥା ରାଜ୍ୟ ବାହାରେ ମିଳିଛି ଅନେକ ପ୍ରଶଂସା। ଏନେଇ ଆଜି ସନ୍ଧ୍ୟାରେ ଧର୍ମଶାଳା କ୍ଲବ ପରିସରରେ ଇନରହୁଇଲ କ୍ଲବର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କ୍ଲବ ସଭାନେତ୍ରୀ କଳ୍ପନା ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପିଡ଼ିସି ନଳିନୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କ୍ଲବର ସେବାମୂଳକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାନେତ୍ରୀ ମିନତୀ ସାହୁ, ମାଧୁରୀ ଶତପଥୀ, ପ୍ରତିଭା ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ରୋଟାରିଆନ ବିନୋଦ ପରିଡାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲବର ସଂପାଦକ ଲୋପମୁଦ୍ରା ସେଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କ୍ଲବର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟାମାନେ ଏକାଠି ହୋଇ କେକ୍ କାଟି ସେଲିବ୍ରେସନ କରିଥିଲେ। ଏଥିରେ ରୋଟାରୀ କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.